ଓଡ଼ିଶାଲାଇଭ ବ୍ୟୁରୋ

କଟକ ଏସସିବିରେ ଭର୍ତ୍ତି ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ପୂର୍ବରୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଏସସିବି କାଜୁଆଲିଟିର ସ୍ଵତନ୍ତ୍ର ଓ୍ଵାର୍ଡରେ ଭର୍ତ୍ତି ହୋଇଛନ୍ତି।

ଗତ ୨୩ ତାରିଖରେ ଝାରପଡ଼ା ଜେଲରେ ଅସୁସ୍ଥ ହୋଇଥିଲେ ଆଶୀର୍ବାଦ ବେହେରା। ତାଙ୍କୁ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ୧୯ ତାରିଖରେ ତାଙ୍କ ଘରୁ ଗିରଫ କରିଥିଲା। ଏନେଇ ସେ କୋର୍ଟରେ ଜାମିନ ଆବେଦନ କରିଥିଲେ। ପରେ କୋର୍ଟ ଜାମିନ ଆବେଦନ ଖାରଜ କରିବା ସହ ଝାରପଡ଼ା ଜେଲ ପଠାଇଥିଲେ।

ଚିଟ୍‌ଫଣ୍ଡ ମାମଲା ଆଶୀର୍ବାଦଙ୍କୁ ସିବିଆଇ ପୂର୍ବରୁ ଏକାଧିକ ବାର ଜେରା କରିଥିଲା। ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ମଧ୍ୟ ଗିରଫ ହୋଇଥିଲେ।

Comment