ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏଥର ବିଜେପି-ଶିବସେନା ମେଣ୍ଟ।

ଅକ୍ଟୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏଥିପାଇଁ ବିଜେପି ଏବଂ ଶିବସେନା ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି। ବିଜେପି ଭାଗରେ ୧୪୪ ଆସନ ପଡ଼ିଥିବା ବେଳେ ଶିବସେନା ଭାଗରେ ପଡ଼ିଛି ୧୨୬ ଆସନ। ଅନ୍ୟ ସହଯୋଗୀ ଦଳକୁ ୧୮ଟି ଆସନ ଛଡ଼ା ଯାଇଥିବା ଜଣାପଡ଼ିଛି।

ଗତ ଥର ଶିବସେନା ୨୮୮ ଆସନରେ ଏକାକୀ ନିର୍ବାଚନ ଲଢ଼ିଥିଲା। ମାତ୍ର ୬୩ଟିରେ ବିଜୟୀ ହୋଇଥିଲା। ଅକ୍ଟୋବର ୨୧ରେ ନିର୍ବାଚନ ହେବାକୁ ଥିବା ବେଳେ ୨୪ରେ ଫଳାଫଳ ଆସିବ।

୨୦୧୪ ନିର୍ବାଚନରେ ବିଜେପି, କଂଗ୍ରେସ, ଶିବସେନା, ଏନସିପି ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। ବିଜେପି ୨୬୦ ଆସନରେ ନିର୍ବାଚନ ଲଢ଼ି ୧୨୨ଟିରେ ବିଜୟୀ ହୋଇଥିଲା।

କଂଗ୍ରେସ ୨୮୭ଟି ଆସନରେ ପ୍ରାର୍ଥୀ ଦେଇଥିଲା ଏବଂ ୪୨ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ଶିବସେନା ୨୮୨ଟି ଆସନରେ ଲଢ଼ି ୬୩ଟି ଆସନରେ ବିଜୟୀ ହୋଇଥିଲା।

ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ୨୧୯ ଆସନରେ ଭାଗ୍ୟ ପରୀକ୍ଷା କରିଥିଲା। ହେଲେ କେବଳ ଗୋଟିଏ ମାତ୍ର ଆସନରେ ବିଜୟୀ ହୋଇଥିଲା ଦଳ। ଏନସିପି ୨୭୮ ଆସନରେ ଲଢ଼ି ୪୧ ଆସନ ପାଇଥିଲା।

Comment