ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ମଞ୍ଜୁର ଅର୍ଥ ପଡ଼ି ରହିଥିବା ନେଇ ସେଚିଠି ଲେଖିଛନ୍ତି।

ସୂଚନା ଅଧିକାର ନିୟମରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୫-୧୬, ୨୦୧୭-୧୮ ପାଇଁ ୩୭୬ କୋଟି ମଞ୍ଜୁର ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ଏହି ଟଙ୍କା ମଞ୍ଜୁର କରିଛନ୍ତି। ମଞ୍ଜୁର ଅର୍ଥର କେବଳ ୨୨.୨୩ କୋଟି ଖର୍ଚ୍ଚ ହୋଇଛି। ବାକି ଟଙ୍କା ପଡ଼ି ରହିଛି।

ବ୍ୟୟ ବରାଦ ସତ୍ତ୍ୱେ ଟଙ୍କା ଖର୍ଚ୍ଚ ହୋଇପାରି ନଥିବା ଚିନ୍ତାର ବିଷୟ ବୋଲି ଚିଠିରେ ଦର୍ଶାଇଛନ୍ତି ଧର୍ମେନ୍ଦ୍ର।

ପଡିରହିଥିବା ସହରର ବହୁ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ଚିଠିରେ ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Comment