ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ଆପଣମାନେ ଜାଣିଥିବେ ଘର ନିର୍ମାଣ ପାଇଁ ସିମେଣ୍ଟ, ବାଲି, ପଥର ବ୍ୟବହାର କରାଯାଏ। ହେଲେ ଏମିତି ଏକ ଘର ଅଛି ଯାହାର ପିଲର୍କୁ ଛାଡ଼ିଦେଲେ ଅନ୍ୟ ସବୁ କାମରେ କାଠ ବ୍ୟବହୃତ ହୋଇଛି। ୨୪ ତାଲା ବିଶିଷ୍ଟ ଏହି ଘରର ଉଚ୍ଚତା ୯୯.୯ ମିଟର ରହିଛି।
ଏହି ଘରେ ପାଖାପାଖି ୧୫୦ରୁ ଅଧିକ ରୁମ୍ ରହିଛି। ଘରର କାନ୍ଥଠୁ ଆରମ୍ଭ କରି ଛାତ ପର୍ଯ୍ୟନ୍ତ ସବୁଥିରେ କାଠର ବ୍ୟବହାର ହୋଇଛି।
କାଠରେ ନିର୍ମିତ ଏହି ଘର ଚୀନର ଗୁଇଝୋଇ ସହରରେ ରହିଛି। ଘର ଏବେ ଖାଲି ପଡ଼ିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲା ରହିଛି। ବହୁ ଦୂର ଦୂରାନ୍ତରୁ ଏହି ଘର ଦେଖିବା ପାଇଁ ଲୋକ ଆସିଥାନ୍ତି।
କାଠରେ ନିର୍ମିତ ଏହି ଘରକୁ ଆର୍କିଟେକ୍ଟ ସୁଇ ହୈଙ୍ଗ୍ କରିଥିଲେ। ଏଥିପାଇଁ ତାଙ୍କୁ ୨ ବର୍ଷ ସମୟ ଲାଗିଥିଲା।


















