ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭନ୍ନ ମେଡିକାଲ ଓ ଆରଟିଓ ଅଫିସଗୁଡ଼ିକରେ ପୋଲିସ୍‌ ଚଢ଼ାଉ କରିଛି। ଶୁକବ୍ରାର କୋରପୁଟ ଜିଲ୍ଲା ବୋରିଗୁମ୍ମା ଆରଟିଓ ଅଫିସରୁ ଜଣେ ଦଲାଲଙ୍କୁ ଗିରଫ କରିଛି ପୋଲିସ।

ଗିରଫ ଦଲାଲଙ୍କ ନିକଟରୁ ବିଭିନ୍ନ କାଗଜପତ୍ର ମଧ୍ୟ ଜବତ ହୋଇଥିବା ନେଇ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତ।

ଗୁରୁବାର ସନ୍ଧ୍ୟାରେ ବୋରିଗୁମ୍ମା ରୋଡସ୍ତିତ ପାଇଲୁ କମ୍ପ୍ଲକ୍ସରେ ଥିବା ଏକ ଆରଟିଓ ଅଫିସରେ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ସେଠାରୁ ଅନେକ ଗାଡିକାଗଜ ପତ୍ର ସହ ୨୭ଟି ଡ୍ରାଇଭିଂ ଲାଇସେନ୍ସ , ୮୩ ଟି ଆର ସି ବୁକ,୨୫ଟି ନକଲ ଆରସି ବୁକ୍‌ ସହ ସମ୍ପୃକ୍ତ ଦଲାଲଙ୍କୁ ଗିରଫ କରିଛି ପୋଲିସ।

ଗିରଫ ଦଲାଲ ଜଣକ ବୋରିଗୁମ୍ମାର ଶ୍ରୀନିବାସ ପଟ୍ଟନାୟକ। ସେ ଦୀର୍ଘ ବର୍ଷ ଧରି ଆରଟିଓ କାର୍ଯ୍ୟାଳୟରେ ଲୋକଙ୍କଠୁ ଅଧିକ ଟଙ୍କା ନେଇ ସେମାନଙ୍କ ଗାଡ଼ କାଗଜ ପତ୍ର କରୁଥିଲେ।

ଏଥିଲାଗି ତାଙ୍କ ନାଁରେ ବୋରିଗୁମ୍ମା ଥାନାରେ ଠକେଇ ଅଭିଯୋଗ ହୋଇଥିଲା।ତାହାକୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରିଛି।

Comment