ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ସରାଙ୍ଗସ୍ଥିତ ଆଇଜିଆଇଟି କଲେଜରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୁରୁବାର ସନ୍ଧ୍ୟାରେ ବିଟେକ୍‌ ଦ୍ଵିତୀୟ ବର୍ଷ ଓ ତୃତୀୟ ବର୍ଷର କିଛି ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ହୋଇଥିଲା। ଏହାର ସମାଧାନ ପାଇଁ କିଛି ସିନିୟର ଛାତ୍ର ଜୁନିଅର ଛାତ୍ରଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ରାତିରେ କିଛି ଦ୍ଵିତୀୟ ବର୍ଷ ଛାତ୍ର ତୃତୀୟ ଓ ଚତୁର୍ଥ ବର୍ଷ ଛାତ୍ର ରହୁଥିବାରୁ ଭାସ୍କର ଭବନ ଛାତ୍ରାବାସରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଏଥିପାଇଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ ହୋଇଥିଲା।

ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment