ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍‌ଟିଓ ଏବଂ ଡାକ୍ତରଖାନାକୁ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ସବୁଠି ତତ୍ପର ହୋଇ ଉଠିଛି। ରାଜ୍ୟର ବିଭିନ୍ନ ଆର୍‌ଟିଓ ଅଫିସ୍‌ ଏବଂ ଡାକ୍ତରଖାନାରେ ପୋଲିସ ଚଢ଼ାଉ କରିଛି।

ଆଜି ଗୋଟିଏ ଦିନରେ ୭୫ ଦଲାଲ୍‌ଙ୍କୁ ଗିରଫ କରିଛି ପୋଲିସ। ବିଭିନ୍ନ ହସ୍ପିଟାଲରୁ ୩୧ ଏବଂ ଆର୍‌ଟିଓ ଅଫିସରୁ ୪୪ ଦଲାଲ୍‌ ଗିରଫ ହୋଇଛନ୍ତି।

ଯାଜପୁର ହସ୍ପିଟାଲରୁ ୧, ଆର୍‌ଟିଓ ଅଫିସରୁ ୨ ଦଲାଲ ଗିରଫ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୪, ଜଗତସିଂହପୁରରେ ୧, ଗଞ୍ଜାମରୁ ୬ ଦଲାଲ୍‌ ଗିରଫ ହୋଇଛନ୍ତି। ବ୍ରହ୍ମପୁରରୁ ୭, କୋରାପୁଟ ୧, ରାୟଗଡ଼ା ୮, ନବରଙ୍ଗପୁରରୁ ୨, ସୋନପୁରରୁ ୧, ଅନୁଗୁଳରୁ ୭, ଢେଙ୍କାନାଳରୁ ୧, ଦେବଗଡ଼ରୁ ୧, କେନ୍ଦୁଝରରୁ ୬, ରାଉରକେଲାରୁ ୮, ଭଦ୍ରକରୁ ୨, ମୟୂରଭଞ୍ଜରୁ ୯ ଦଲାଲ ଗିରଫ ହୋଇଛନ୍ତି।

ଗୁରୁବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦ ଦଲାଲ ଗିରଫ ହୋଇଥିଲେ।

Comment