ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନୂଆଦିଲ୍ଲୀରୁ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଆସି ଅପରାହ୍‌ଣ ୨ଟା ୩୦ରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ବ୍ରହ୍ମପୁର ଯିବେ। ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜରେ ରାଷ୍ଟ୍ରପତି ରାତିରେ ରହିବେ। ଶନିବାର ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜ ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଯୋଗଦେବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପୂର୍ବରୁ ରାଷ୍ଟ୍ରପତି ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ସହ ରାଜଭବନରେ ରାତ୍ରୀଯାପନ କରିବାର ବ୍ୟବସ୍ଥା ହୋଇଥିଲା।

ବ୍ରହ୍ମପୁରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲିସ ଡିଆଇଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ବ୍ରହ୍ମପୁର ଗସ୍ତରେ ଯିବେ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

Comment