ଓଡ଼ିଶାଲାଇଭ ବ୍ୟୁରୋ

ତାତିଲେ ମହିଳା। ଭାଙ୍ଗିଲେ ମଦଭାଟି। ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡର କୁନ୍ଦୁରା ବ୍ଲକର ରାଣିଗୁଡା ପଞ୍ଚାୟତରେ। ଶହ ଶହ ମହିଳା ଏବଂ ପୁରଷ ଏକତ୍ରୀତ ହୋଇ ୧୧ଟି ଓାର୍ଡରେ ଆସୁଥିବା ୫ଟି ଗ୍ରାମ ବୁଲି  ମଦ ଭାଟି ଭାଙ୍ଗିବା ସହ ନିଆଁ ଲଗାଇଛନ୍ତି।

ରାଣିଗୁଡ଼ା ସରପଞ୍ଚ ସୁଭଦ୍ରା ଭୁମିଆ ଓାର୍ଡ ମେମ୍ବର କୋମଳ ହରିଜନ ଓ ଲଳିତା ନାୟକଙ୍କ ସହ ରାଣିଗୁଡା ପଞ୍ଚାୟତରେ ଥିବା ସମସ୍ତ ସ୍ୱଂୟ ସହାୟକ ଦଳର ମହିଳାମାନେ ଉତ୍ୟକ୍ତ ହୋଇ ମଦ ଭାଟି ସହ ମଦ ପ୍ରସ୍ତୁତ ସମସ୍ତ ସାମଗ୍ରୀକୁ ଭାଙ୍ଗିଥିଲେ। ମଦ ପ୍ରସ୍ତୁତ ହେଉଥିବା ଘର ଗୁଡ଼ିକ ଭାଙ୍ଗି ନିଆଁ ଲଗାଇ ଦେଇଥିଲେ।

ରାଣିଗୁଡ଼ା ପଞ୍ଚାୟତର ଭାଲୁଗୁଡା, କଲାରଭଟ୍ଟା, ଟେମରାଗୁଡ଼ା, ରାଣିଗୁଭା, ସିଉନିଗୁଭା ରାଇଗୁଭା, ଡମଗୁଭା, ଗ୍ରାମରେ ବେଆଇନ ଭାବେ ରନ୍ଧା ଯାଉଥିବା ଦେଶୀ ମଦ ଭାଟିଗୁଡ଼ିକୁ ବୁଲି ବୁଲି ନଷ୍ଟ କରିଥିଲେ। ହାତରେ ଲାଠି ଓ ବ୍ୟାନର ଧରି ମଦ ବନ୍ଦର ସ୍ଲୋଗାନ ମଧ୍ୟ ଦେଇଥିଲେ ମହିଳାମାନେ।

ପ୍ରତ୍ୟେକ ଦିନ ପୁରଷ ମାନେ ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଦିନ ସାରା ଖଟିବା ପରେ ଯେଉଁ ମଜୁରି ମିଳେ ତାହା ମଦ ଭାଟିକୁ ଯାଉଛି। ତେଣୁ ଗତ ୨୩ ତାରିଖରେ ମଦ ବନ୍ଦ କରିବାକୁ ସମୟ ଦିଆଯାଇଥିଲା। ପୋଲିସ କି ଅବକାରୀ ଶିୁଣିଲେ ନାହିଁ ତେଣୁ ବାଧ୍ୟ ହୋଇ ମହିଳାମାନେ ଏପରି କାଯ୍ୟ କରିଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ।

Comment