ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ, ବୈପାରୀଗୁଡା ଥାନା ଅନ୍ତର୍ଗତ ଟାପାଯୋଡି ଜଙ୍ଗଲରୁ  କାଠ ଚାଲାଣ  ଯୋଜନାକୁ ପଣ୍ଡ କରିଛି ବୈପାରୀଗୁଡା ବନବିଭାଗl କାଠ ମାଫିଆ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ ମଧ୍ୟ ୪ଟି କାଠ ଗଣ୍ଡି ସହ ଏକ ଟ୍ରାକ୍ଟର ଜବତ କରିଛି ନବବିଭାଗ।

ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ କହିବା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୭ଟା ବେଳେ ବନବିଭାଗ  ପକ୍ଷରୁ ଟାପାଯୋଡ଼ି ଜଙ୍ଗଲ ଅଭିମୁଖେ  ଏକ ଟିମ ପେଟ୍ରୋଲିଙ୍ଗରେ ବାହାରିଥିଲେ ଏହି ସମୟରେ କାଠ ମାଫିଆମାନେ ବନବିଭାଗ ଟିମକୁ ଦେଖି ଖସିବାରେ ସଫଳ ହୋଇଥିଲେ।

ଜବତ ହୋଇଥିବା କାଠର ଦାମ  ପଚାଶ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କାଠ ଜବତ ବେଳେ ବନପାଳ ସଚିତ ନନ୍ଦ ପରିଡା, ମୋନଜ ମହାପାତ୍ର, ବିକାଶ ପାତ୍ର, ଶ୍ରୀନିବାସ ରାଓ, ପାରା ଷ୍ଟାଫ ଓ ଏଫୟୁ ସ୍କ୍ୱାର୍ଡ ଉପସ୍ଥିତ ଥିଲେ l

Comment