ଓଡ଼ିଶାଲାଇଭ ବ୍ୟୁରୋ

ଜୟପୁର ଜଗଦିଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ୧୭ ଓ ୧୪ ବର୍ଷରୁ କମ ବାଳକ ଓ ବାଳିକା  ବିଭାଗର ଖୋ ଖୋ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ଶାରୀରିକ ଶିକ୍ଷା ପରିଦର୍ଶକ ବିପ୍ର ଚରଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଅନୁଷ୍ଠିତ ହୋଇଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରୀନାଥ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଜୟପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁରେନ୍ଦ୍ର ପଟ୍ଟନାୟକ ଯୋଗ ଦେଇ  ଜିଲ୍ଲା କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ଏହାସହ ୪୯ ତମ ଖୋ ଖୋ ପ୍ରତିଯୋଗିତାକୁ ଉଦଘାଟନ ଘୋଷଣା କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ।

ମୁଖ୍ୟ ଅତିଥି ଛାତ୍ର ଛାତ୍ରୀଙ୍କ ସାଧାରଣ ଶିକ୍ଷା ସହ ଖେଳ କୁଦର ଶରୀର ଗଠନ ଶୃଙ୍ଖଳା, ଏକାଗ୍ରତା ନିରୋଗ, ରହିବା ସହିତ ଦୃଢ ମନୋବଳର ଆବଶ୍ୟକତା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ପ୍ରତିଯୋଗିତାରେ ୧୪ଟି ବ୍ଲକର ୭୦ ଜଣ  ବାଳକ ୭୧ ଜଣ ବାଳିକା ଓ ୧୫ ଜଣ ଜିଲ୍ଲା କ୍ରୀଡା ପରିଚାଳକ ଉପସ୍ଥିତ ଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ମନୋନାତ ହୋଇଛନ୍ତି ସେମାନେ ଆସନ୍ତା ୨୯ ଅକ୍ଟୋବର୨୦୧୯ ରେ କୋରାପୁଟ ଜିଲ୍ଲା କୋଟପାଡ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଖୋ ଖୋ ପ୍ରତିଯୋଗିତାରେ ଭାଗ ନେବେ।

ଏହି କ୍ରୀଡା ଚୟନ ପ୍ରତିଯୋଗିତାକୁ ନବ ଘନ ରାଉତ, ନବ କିଶୋର ପଣ୍ଡା, ବସନ୍ତ କୁମାର ମୁଦୁଲି, ଦିବାକର ସାହୁ, ଶିଶିର କୁମାର ବାରିକ, ନିରୋଦ କୁମାର ପ୍ରଧାନ, ମିନତୀ ପାତ୍ର, ପ୍ରଦୀପ ଗୌଡ ଅନିଲ  ପତି, ବାସୁଦେବ ରଥ  ଅନୁପ ରାଉତ, ତରଙ୍ଗ ଲତା ପତଙ୍ଗ, ପ୍ରସନ୍ନ ପାଣିଗ୍ରାହୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିନୋଦ କୁମାର ତ୍ରୀପାଠି ମଞ୍ଚ ପରିଚାଳନା କରିଥିବା ବେଳେ  ବିଦ୍ୟାଳୟର ବରିଷ୍ଠ ଶାରିରୀକ ଶିକ୍ଷା ଶିକ୍ଷକ ବାସୁଦେବ ସେନାପତି ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comment