ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

‘‘କଶ୍ମୀରର ସବୁ ଜାଗାରେ ଆଉ କର୍ଫ୍ୟୁ ନାହିଁ। ୧୯୬ଟି ସ୍ଥାନରୁ କର୍ଫ୍ୟୁ ଉଠିଗଲାଣି। ମାତ୍ର ୮ଟି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି। ସ୍ଥିତି ସ୍ୱାଭାବିକ ହେଲେ ସେହି ସ୍ଥାନରୁ କର୍ଫ୍ୟୁ ଉଠିବ। କଶ୍ମୀରକୁ ନେଇ ବିଭ୍ରାନ୍ତକର କଥା କୁହାଯାଉଛି। ତାଛଡ଼ା ଟେଲିଫୋନ ସେବାକୁ ବ୍ୟାନ କରାଯାଇ ନାହିଁ’’, ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

କଶ୍ମୀରରେ ମାନବାଧିକାର ସେବା ଉଲ୍ଲଂଘନ ହେଉଥିବା ବିରୋଧୀ ଅଭିଯୋଗ କରୁଥିଲେ। କଶ୍ମୀରରେ ଟେଲିଫୋନ୍‌ ସେବା ବ୍ୟାନ୍ କରି ଲୋକଙ୍କୁ ନାକାବନ୍ଦୀ କରାଯାଇଥିବା ଅଭିଯୋଗ ହେଉଥିଲା। ଅଭିଯୋଗକାରୀଙ୍କୁ ଶାହ ଆଜି ଦୃଢ଼ ଜବାବ ଦେଇଛନ୍ତି।

ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଲେ ଯେ ଜମ୍ମୁ କଶ୍ମୀରରେ ଧାରା ୩୭୦ ଲାଗୁ ହୋଇଥିବାରୁ ଆତଙ୍କବାଦୀମାନଙ୍କ ରାଜୁତି ଚାଲିଥିଲା। ସେଠି ୪୧ ହଜାର ୮୦୦ ଲୋକଙ୍କର ଜୀବନ ଯାଇଛି। ଯେଉଁମାନେ ମାନବାଧିକାର କଥା ଉଠାଉଛନ୍ତି ସେମାନେ କେବେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପରିବାର କଥା ଭାବିଛନ୍ତି କି ବୋଲି ଶାହ ପ୍ରଶ୍ନ କରିଥିଲେ।

୪୧ ହଜାର ଲୋକଙ୍କର ପ୍ରାଣହାନି ହେଉଛି ବଡ଼ ମାନବାଧିକାର ଉଲ୍ଲଂଘନ ବୋଲି ଶାହ କହିଥିଲେ।

Comment