ଓଡ଼ିଶାଲାଇଭ ବ୍ୟୁରୋ

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଭୁବନେଶ୍ଵରରେ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି ପରିବହନ ବିଭାଗ। ଏହି ସ୍ଵତନ୍ତ୍ର ବ୍ୟବସ୍ଥା ସହିଦ ନଗର ବିଏମ୍ସି ଅଫିସ ଓ ଓଏସ୍ଆରଟିସି ଅଫିସ ପରିସରରେ ଉପଲବ୍ଧ ହେବ। କାଲିଠୁ ଅକ୍ଟୋବର ୪ ତାରିଖ ଯାଏଁ ଏହି ସ୍ଥାନରେ ଲର୍ଣ୍ଣି ଲାଇସେନ୍ସ ଦିଆଯିବ।
ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଲୋକମାନେ ଏହିଠାରେ ଲର୍ଣ୍ଣିଂ ଲାଇସେନ୍ସ କରିପାରିବେ। ତେବେ ସେପ୍ଟେମ୍ଵର ୩୦ରୁ ଅକ୍ଟୋବର ୪ ତାରିଖ ଯାଏଁ ଏଠାରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ବ୍ୟବସ୍ଥା ରହିବ।
ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲାଇସେନ୍ସ ପାଇଁ ଆରଟିଓଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଭିଡ଼ ଲାଇସେନ୍ସ ମିଳିବାରେ ବିଳମ୍ଵ ମଧ୍ୟ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି।


















