ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ରାଜ୍ୟରେ ଗଡ଼ିବ ସରକାରୀ ବସ। ୪୩ଟି ରୁଟରେ ଓଏସଆରଟିସି ବସ ଚାଲିବ। ଏନେଇ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବସରେ ସିଟ୍ ମୂତାବକ ଯାତ୍ରୀ ଯିବେ ଅର୍ଥାତ୍ ଯେତିକି ସିଟ, ସେତିକି ଯାତ୍ରୀ ନେଇ ଯାତାୟତ କରିବାକୁ ଅନୁମତି ଦିଆଯାଇଛି। ଏଥିସହ ରାଷ୍ଟ୍ରାୟତ୍ତ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବ।

ବସ ଚାଳକ ଓ ଯାତ୍ରୀମାନେ ସମସ୍ତ କରୋନା ଗାଇଡଲାଇନକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ବସରେ କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ। ପ୍ରତିଦିନ ବସକୁ ସାନିଟାଇଜ୍ କରାଯିବ। ଏଥିସହ ଯାତ୍ରୀମାନେ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ଓଏସଆରଟିସି ଅଧ୍ୟକ୍ଷ।କରୋନା ପାଇଁ ରାଜ୍ୟରେ ଦୁଇ ମାସ ହେବ ବନ୍ଦ ରହିଥିଲା ବସ ସେବା। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଧିରେ ଧିରେ କରୋନା ସଂକ୍ରମଣ କମୁଥିବାରୁ ଏବେ ସବୁକିଛି ସ୍ୱାଭାବିକ ହେବାରେ ଲାଗିଛି। ସେହିପରି ଆଂଶିକ ଲକଡାଉନ୍ ଘୋଷଣା ହେବା ପରଠାରୁ କାଟାଗୋରୀ ଏ’ରେ ଥିବା ଜିଲ୍ଲାମାନଙ୍କରେ ବସ ସେବାକୁ ଅନୁମତି ମିଳିଥିଲା। ଏହି ୨୦ଟି ଜିଲ୍ଲାରେ ମଙ୍ଗଳବାରଠାରୁ ସରକାରୀ ବସ୍ ଯାତାୟତକୁ ମଧ୍ୟ ଅନୁମତି ଦିଆଯାଇଛି।

Comment