ଓଡ଼ିଶାଲାଇଭ ବ୍ୟୁରୋ

ଡାକ୍ତରଖାନା ଯିବାକୁ ନାହିଁ ରାସ୍ତା। ପାହାଡ଼ିଆ ରାସ୍ତା ଦେଇ ଯିବାକୁ ପଡୁଛି ଡାକ୍ତରଖାନା।। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲୀର ରାମଗଡ଼ ଗ୍ରାମରେ।  ଡାକ୍ତରଖାନା ଯିବାକୁ ୭ ଦିନର ଶିଶୁକୁ ଧରି ପାହାଡ଼ ରାସ୍ତାରେ ୪ କିଲୋମିଟର ଚାଲିଲେ ମହିଳା। ତାଙ୍କୁ ସାହାଯ୍ୟ କରିବାକୁ ଗ୍ରାମବାସୀ ମଧ୍ୟ ତାଙ୍କ ସହ ଚାଲିଥିଲେ।

ରାମଗଡ଼ ଗ୍ରାମରେ ଗୋଟେ ୭ ଦିନ ଶିଶୁ ପୁତ୍ରର ପେଟ ଓ ତଳି ପେଟରେ ଫୋଟକା ହୋଇଥିବାରୁ ସେ ଅସହ୍ୟ ଯନ୍ତ୍ରଣାରେ କାନ୍ଦୁଥିଲା। ଶିଶୁଟିକୁ ଡାକ୍ତରଖାନା ନେବାକୁ ଆମ୍ଵୁଲାନ୍ସ କି ଗାଡ଼ି ଆସିବାର ସୁବିଧା ନଥିବାରୁ ଶିଶୁଟିକୁ ଧରି ୪କିଲୋମିଟର ପାହାଡ଼ ରାସ୍ତା ଚାଲି ଡାକ୍ତରଖାନାରେ ପହଞ୍ଚିଛନ୍ତି ମହିଳା।

ତେବେ ଏଘଟଣା କିଛି ନୂଆ ନୁହେଁ ପୂର୍ବରୁ ମଧ୍ୟ ଗର୍ଭବତୀ ମହିଳାମାନେ ଭାରାରେ ବୁହା ହୋଇ ଏହି ରାସ୍ତା ଦେଇ ଡାକ୍ତରଖାନା ଯାଇଥାନ୍ତି। ଗ୍ରାମରେ ୬୦ ପରିବାର ରହୁଥିବା ବେଳେ ଯିବା ଆସିବା କରିବାକୁ ରାସ୍ତା ନଥିବାରୁ ଲୋକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ତେବେ ଏନେଇ ବାରମ୍ଵାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସମାଧାନ ହେଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

Comment