ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆ। ପାର୍ଥିପତ୍ର ଦାଖଲର ଶେଷ ଦିନରେ ସେ ଏକ ବିଶାଳ ଶୋଭାଯାତ୍ରାରେ ଆସି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସନତ ଗଡ଼ତିଆଙ୍କ ପଦ୍ମପୁର ଉପ-ଜିଲ୍ଲାପାଳ ଅଫିସରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ଓ ବିଜେଡି ପ୍ରାର୍ଥୀ ରୀତା ସାହୁ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସନତ ଗଡ଼ତିଆ ୨୦୦୯ରେ ମଧ୍ୟ ବିଜେପୁରରେ ବିଜେପି ପ୍ରାର୍ଥୀ ହୋଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇ ସନତ ୫୩ ହଜାର ଭୋଟ ପାଇଥିଲେ। ଏଥର ପୁଣିଥରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି।

ସନତ ଗଡ଼ତିଆ ବିଜେଡିର ରୀତା ସାହୁ ଏବଂ କଂଗ୍ରେସର ଦିଲ୍ଲୀପ କୁମାର ପଣ୍ଡାଙ୍କୁ ଟକ୍କର ଦେବେ। ବିଜେପୁର ଉପ-ନିର୍ବାଚନ ଅକ୍ଟୋବର ୨୧ରେ ହେବ ଏବଂ ୨୪ରେ ଫଳାଫଳ ପ୍ରକାଶ ପାଇବ।

Comment