ଓଡ଼ିଶାଲାଇଭ୍ ବ୍ୟୁରୋ

୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟି ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ। ଏହି କ୍ରମରେ ଓଡ଼ିଶଶର ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଜିଲ୍ଲା ତେଲଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ସକାଳ ୯ଟାରେ ଏହି ପଦଯାତ୍ରା ଆରମ୍ଭ କରିବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧାରଣ ଜନତାଙ୍କୁ ଭେଟିବା ସହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।

ସେହିପରି ସୁନ୍ଦରଗଡ ଜିଲ୍ଲା ଗାନ୍ଧୀ ମୂର୍ତ୍ତି ପାରିଜାତ ପାର୍କରେ ସାଂସଦ ଜୁଏଲ ଓରାମ, ବାଲେଶ୍ୱର ଜିଲ୍ଲା ସିନେମା ଛକ ସହିଦ ପାର୍କରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବରଗଡ ଜିଲ୍ଲା ଘେସ ପାଇଁମରାଠାରେ ସାଂସଦ ସୁରେଶ ପୂଜାରୀ, ଭୁବନେଶ୍ୱର ହଳଦିଆ କୁଆପୁଟଠାରେ ସାଂସଦ ଅପରାଜିତା ଷଡଙ୍ଗୀ, ବ୍ରହ୍ମପୁର ଜିଲ୍ଲା ପାରଳାଖେମୁଣ୍ଡିଠାରେ ଭୃଗୁ ବକ୍ସିପାତ୍ର, ଢେଙ୍କାନାଳ ଜିଲ୍ଲା ଗାନ୍ଧୀ ଛକଠାରେ ରୁଦ୍ରନାରାୟଣ ପାଣି, ତାଳଚେର ପ୍ରଥମ ଗେଟଠାରେ କାଳନ୍ଦୀ ସାମଲ, ସମ୍ବଲପୁର ଜିଲ୍ଲା ଭାତ୍ରା ଗାନ୍ଧୀମନ୍ଦିରଠାରେ ସାଂସଦ ନିତିଶ ଗଙ୍ଗଦେବ, ବିଧାୟକ ଜୟ ନାରାୟଣ ମିଶ୍ର ଓ ନାଉରୀ ନାୟକ ପ୍ରମୁଖ ଶୁଭାରମ୍ଭ କରିବେ।

ବାରିପଦା ଗାନ୍ଧୀ ପାର୍କଠାରେ ସାଂସଦ ବିଶେଶ୍ୱର ଟୁଡୁ, କଳାହାଣ୍ଡି ଜିଲ୍ଲା ନୂଆପଡା ଗାନ୍ଧୀ ଉଦ୍ୟାନଠାରେ ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ଗାନ୍ଧୀ ଛକଠାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପାରାଦୀପ ଥାନା ଛକଠାରେ ବିଭୁ ପ୍ରସାଦ ତରାଇ, ଭଦ୍ରକ ଜିଲ୍ଲା ମହତାବ କୋଠି ଥାନା ଛକଠାରେ ଅଭିମନ୍ୟୁ ସେଠୀ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହେମଳ ସଙ୍ଗ ଭବନଠାରେ ସାଂସଦ ସଙ୍ଗୀତା ସିଂହଦେଓ, କେନ୍ଦ୍ରାପଡା ଜିଲ୍ଲା ପୁରୁଣା ବସଷ୍ଟାଣ୍ଡଠାରେ ବୈଜୟନ୍ତ ପଣ୍ଡା, କନ୍ଧମାଳ ଜିଲ୍ଲା ଫୁଳବାଣୀ ଗାନ୍ଧୀମୂର୍ତୀ ଛକଠାରେ ଖାରବେଳ ସ୍ୱାଇଁ, ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ପର୍ଶୁମ ମାଝି, କୋରାପୁଟ ଜିଲ୍ଲା ପଟାଙ୍ଗୀଠାରେ ଜୟରାମ ପାଙ୍ଗୀ, ପୁରୀ ଜିଲ୍ଲା ପିପିଲି ବେରାବୋଇ ଗାନ୍ଧୀସ୍ମୃତି ପୀଠଠାରେ ଆଶ୍ରିତ ପଟ୍ଟନାୟକ, ଯାଜପୁର ଜିଲ୍ଲା ଦଶରଥପୁରଠାରେ ଅମୀୟ ମଲ୍ଲିକ, କେଉଁଝର ଜିଲ୍ଲା ସଦର ଖଜୁରୀପାଣିଠାରେ ଅନନ୍ତ ନାୟକ ଏବଂ ବିଧାୟକ ମୋହନ ମାଝି ପ୍ରମୁଖ ପଦଯାତ୍ରାର ଶୁଭାରମ୍ଭ କରିବେ।

Comment