ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ଦେଶ ବିଭିନ୍ନ ସ୍ଥାନରେ ବିଭିନ୍ନ ଉପାୟରେ ପାଳନ କରାଯାଉଛି। ତେବେ କଟକ ସ୍ୱପ୍ନ ଫାଉଣ୍ଡେସନ ଏହି ଦିନଟିକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି।

ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ପ୍ରିୟ ଥିଲେ ତେଣୁ ଏହି ଦିନକୁ ସ୍ୱଚ୍ଛତା ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଏହି ଦିନରେ ସ୍ୱପ୍ନ ଫାଉଣ୍ଡେସନର ସଦସ୍ୟମାନେ ପ୍ରତି ଦିନ ନିଜେ ମଇଳା ହୋଇ ସମାଜର ମଇଳାକୁ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି। ଏଥିସହିତ ସ୍ୱଚ୍ଛତା ଦିଗରେ ଥିବା ତାଙ୍କର ଅବଦାନକୁ ବୁଝାଇ ଥିଲେ।

ସଦସ୍ୟ ମାନେ ସକାଳ ୭ଟାରୁ ସହରର ବିଭିନ୍ନ ସ୍ଥାନକୁ ଯାଇ କାର୍ଯ୍ୟରତ କର୍ମଚାରୀଙ୍କୁ ଗାମୁଛା ଓ ଶାଢ଼ି ପ୍ରଦାନ କରିଥିଲେ। ସଫେଇ କର୍ମଚାରୀଙ୍କ ମନବଳ ବଢ଼େଇବା ଲାଗି ଏହି ପଦକ୍ଷେପ ନିଆ ଯାଇ ଥିବା ସ୍ୱପ୍ନ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଧାଂଶୁ ପାତ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସ୍ୱପ୍ନ ଫାଉଣ୍ଡେସକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

Comment