ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପଞ୍ଚମୀ। ଶୁକ୍ରବାର ଷଷ୍ଠୀ। ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମା’। ଆଜି କଟକ ଚଣ୍ଡୀରେ ମା’ଙ୍କ ଗାୟତ୍ରୀ ବେଶ ଅନୁଷ୍ଠିତ ହୋଇଛି। ସକାଳୁ ମା’ଙ୍କର ଏହି ଅପୂର୍ବ ବେଶ ଦେଖିବାକୁ ଶ୍ରଦ୍ଧାଳୁମାନେ ଭିଡ଼ ଲଗାଇଛନ୍ତି।

ଅନ୍ୟପଟେ ମା’ ଗଡ଼ଚଣ୍ଡୀଙ୍କ ନାରାୟଣୀ ବେଶ ଅନୁଷ୍ଠିତ ହୋଇଛି।

ଷୋଡ଼ଶ ଉପଚାର ପୂଜାର ଆରମ୍ଭ ହୋଇଥିବାରୁ ଚଣ୍ଡୀ ମନ୍ଦିରକୁ ଫୁଲ ମାଳରେ ସୁସଜ୍ଜିତ କରାଯାଇଛି।

କୁତ୍ରିମ ଫୁଲ ଓ ଫଳରେ ସମ୍ପୂର୍ଣ୍ଣ ମନ୍ଦିରକୁ ସଜାଯାଇଛି। ଏଥିଲାଗି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରକୁ ଅନୁସରଣ କରି ଏଭଳି ସାଜସଜା କରାଯାଇଥିବା ସୂଚନା ମିଳିଛି। ମନ୍ଦିରର ମୁଖଶାଳାଠାରୁ ଆରମ୍ଭ କରି ଚାରିପାଖକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି।

ପୀଠରେ ଅଷ୍ଟମୀ ତିଥିରେ ମା’ଙ୍କ ପାଖରେ ବଳି ଭୋଗ କରାଯିବ। ମା’ଙ୍କ ପାଖରେ ବୁଢ଼ା କାକୁଡ଼ି ଓ ପାଣିକଖାରୁ ଆଦି ବଳି ଦିଆଯିବ।

Comment