ଓଡ଼ିଶାଲାଇଭ ବ୍ୟୁରୋ

ଡିସେମ୍ଵର ୨୨ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ଆଶଙ୍କାରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଫନି ବାତ୍ୟାରେ ଷ୍ଟାଡିୟମରେ ହୋଇଥିବା କ୍ଷୟକ୍ଷତିର ଭରଣା କରାଯାଇନି। ଷ୍ଟାଡିୟମ ସଂପୂର୍ଣ୍ଣ ମରାମତି ହେବା ପରେ ଯାଇ ମ୍ୟାଚ ହେବ ବୋଲି ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ଗୁରୁବାର ଓସିଏର ସାଧାରଣ ପରିଷଦ ବୈଠକରେ ନୂଆ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, “ବାତ୍ୟା ଯୋଗୁଁ ଷ୍ଟାଡିୟମର ଅନେକାଂଶ କ୍ଷତିଗ୍ରସ୍ତ ହୋଇଛି। ଷ୍ଟାଡିୟମ ମରାମତି ପାଇଁ ବିସିସିଆଇକୁ ଜଣାଇଛୁ। ଆର୍ଥିକ ସହାୟତା ମଧ୍ୟ ମାଗିଛୁ। ବିସିସିଆଇରୁ ଆର୍ଥିକ ସହୟତା ମିଳିବା ପରେ ଷ୍ଟାଡିୟମ ମରାମତି କାର୍ଯ୍ୟ ହେବ।”

ଡିସେମ୍ଵର ମାସରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୬ଟି ଦିନିକିଆ ମ୍ୟାଚ ରହିଛି। ତେବେ ଏହାର ଅନ୍ତିମ ମ୍ୟାଚ ଡିସେମ୍ଵର ୨୨ରେ ବାରବାଟୀ ଷ୍ଟାଡିୟମରେ ହେବ ବୋଲି ବିସିସିଆଇ ଘୋଷଣା କରିଛି।

Comment