ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ୱାନ ପ୍ଲସ୍ ନିକଟରେ ଭାରତରେ ଲଞ୍ଚ କରିଥିଲା ୱାନ ପ୍ଲସ୍ ୭ଟି ସ୍ମାର୍ଟଫୋନ। ହେଲେ ବର୍ତ୍ତମାନ ୱାନ ପ୍ଲସ୍ ୮ ସ୍ମାର୍ଟଫୋନ ଫଟୋ ସାମ୍ନାକୁ ଆସିଛି। ଦେଖିବାକୁ ଗଲେ ଏହି ସ୍ମାର୍ଟଫାନ ୱାନ ପ୍ଲସ୍ ୭ ପ୍ରୋ ଭଳି। ଏହି ସ୍ମାର୍ଟଫୋନରେ ପଞ୍ଚ୍‌ ହୋଲ ଡିସ୍‌ପ୍ଲେ ଦିଆଯାଇଥିବା ଜଣାଯାଉଛି।

ଚଳିତ ଥର କମ୍ପାନି ପକ୍ଷରୁ ୱାନ ପ୍ଲସ୍ ୮ ସ୍ମାର୍ଟଫୋନରେ ଓୟାର ଲେସ୍‌ ଚାର୍ଜିଂ ଓ ଆଇପି୬୮ ରେଟିଂ ଦିଆଯାଇପାରେ। ସେହିପରି ଏହି ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଯାହା ଭର୍ଟିକଲ ଲାଇନ୍‌ରେ ରହିବ।

ଏହା ବ୍ୟତୀତ ୱାନ ପ୍ଲସ୍ ୮ ସ୍ମାର୍ଟଫୋନରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ପ୍ଲସ୍‌ ପ୍ରୋସେସର ମିଳିପାରେ। ଏହି ପ୍ରୋସେସର ୱାନ ପ୍ଲସ୍ ୭ଟିରେ ମଧ୍ୟ ଦିଆଯାଇଛି। ଏଥିରେ ୬.୫ ଇଞ୍ଚର ଡିସପ୍ଲେ ଦିଆଯାଇପାରେ। ୱାନ ପ୍ଲସ୍ ୭ଟି ଭଳି ଏଥିରେ ମଧ୍ୟ କ୍ୱାଡ୍‌ ଡିସପ୍ଲେ ରହିବା ନେଇ ଖବର ଆସୁଛି। ତେବେ ଏପର୍ଯ୍ୟନ୍ତ କମ୍ପାନି ପକ୍ଷରୁ ୱାନ ପ୍ଲସ୍ ୮ ସ୍ମାର୍ଟଫୋନକୁ କୌଣସି ପକ୍କା ସୂଚନା ମିଳିପାରିନାହିଁ।

Comment