ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ଏନକେଟି ରୋଡ୍‌ରେ ଥିବା ମୋନାଲିସା ବାର୍‌ ଉପରେ ଚଢ଼ାଉ କରିଛି ପୋଲିସ। ବେଆଇନ୍‌ ଭାବେ ମଦ ବୋତଲରେ ଅପମିଶ୍ରଣ ମଦ ପ୍ୟାକିଂ କରୁଥିବା ନେଇ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ମଦ ବାର୍‌ ଚାଲିଥିବା ବେଳେ ଭିତର ଏକ କୋଠରୀରେ ଭିତରୁ ତାଲା ଦେଇ ବିଦେଶୀ ମଦକୁ ଜାଲି କରାଯାଉଥିଲା। ବିଦେଶୀ ମଦକୁ ଖୋଲାଯାଇ ସେଠାରେ ଅଧା ପାଣି ଭର୍ତ୍ତି କରି ପୁଣି ଥରେ ପ୍ୟାକିଂ କରାଯାଉଥିଲା। ଗ୍ରାହକମାନେ ମଦ ବଦଳରେ ପାଣି ପିଉଥିଲେ।

ମଦ ବୋତଲରେ ଅବକାରୀ ବିଭାଗର ଷ୍ଟିକରକୁ ବାହାର କରି ମଦରେ ପାଣି ମିଶାଇ ପୁଣି ଥରେ ମଦ ବୋତଲରେ ଭର୍ତ୍ତି କରାଯାଉଥିଲା।

କୌଣସି ସୁତ୍ରରୁ ଜୟପୁର ଟାଉନ ଥାନା ପୋଲିସ ଏହି ଖବର ପାଇ ମୋନାଲିସା ବାର୍‌ ଉପରେ ଚଢ଼ାଉ କରିଥିଲା। ଏହି ଘଟଣାରେ ପୋଲିସ ୪ ଜଣକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁବାଷ କୁମାର ଯାଦବ, ବିରେନ୍ଦ୍ର ଯାଦବ, ଉପେନ୍ଦ୍ର କୁମାର ଯାଦବ।

ଏହି ଅଭିଯୁକ୍ତମାନେ ବିହାରର ହୋଇଥିବା ବେଳେ ଜଣେ ଓଡ଼ିଶାର ପ୍ରସାଦ ଚନ୍ଦ୍ର ମିଶ୍ର। ଘଟଣା ସ୍ଥଳରୁ ପୋଲିସ ବହୁ ନାମୀଦାମୀ କମ୍ପାନିର ମଦ ବୋତଲ, ଠିପି, ଷ୍ଟିକର ଏବଂ ଅପମିଶ୍ରିତ ମଦ ଜବତ କରି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଟାଉନ ଥାନା ଅଧିକାରୀ ବାଲେଶ୍ୱର ପ୍ରକାଶ କହିଛନ୍ତି।

Comment