ଓଡ଼ିଶାଲାଇଭ୍ ବ୍ୟୁରୋ

ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି।

ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଛଅ ସାତଟି ଚୁକ୍ତିନାମା ସ୍ୱାକ୍ଷରିତ କରାଯିବ ବୋଲି ସୂଚନା ମିଳିଛି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ୍ କୁମାର ଗଣାମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି, “ଦୁଇ ଦେଶ ମଧ୍ୟରେ ପରିବହନ, ଯୋଗାଯୋଗ, ସଂସ୍କୃତି ଆଦି କ୍ଷେତ୍ରରେ ବିଭିନ୍ନ ଚୁକ୍ତିନାମା ସ୍ୱାକ୍ଷରିତ କରାଯିବ।”

ଏହି ଦ୍ୱିପାକ୍ଷିକ ଆଲୋଚନାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ରୋହିଙ୍ଗିଆ ଶରଣାର୍ଥୀ ବିଷୟ ସହ ତିସ୍ତା ନଦୀ ଆଦି ବିଷୟକୁ ନେଇ ମୋଦିଙ୍କ ସହ କଥା ହୋଇଛନ୍ତି। ସେହିପରି ଏନଆରସି ଘଟଣା ଉପରେ କୌଣସି ପ୍ରକାର ଆଲୋଚନା ହୋଇନଥିବା ସୂଚନା ମିଳିଛି।

ଦୁଇଦେଶ ମଧ୍ୟରେ କିଭଳି ଭାବେ ଉତ୍ତମ ସଂପର୍କ ସ୍ଥାପନ ହେବା ସହ, ଦୁଇ ଦେଶ କିଭଳି ଭାବେ ପରସ୍ପରର ସହଯୋଗ କରି ଉନ୍ନତି କରିପାରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ କରିବାର ଯୋଜନା ରହିଛି।

Comment