ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଗାଁରେ ଘଟିଛି ଅଘଟଣ। ମାଂସ ତରକାରୀ ରାନ୍ଧିବାରେ ବାପା ବିଳମ୍ବ କରିବାରୁ ନିଶାସକ୍ତ ପୁଅ ବାପା କାଠ ଫାଳିଆରେ ମାଡ଼ କରିଥିଲା। ଫଳରେ ବାପାର ଜୀବନ ଚାଲି ଯାଇଛି।

ପୁଅ ଟିଏ ଜନ୍ମ ହେଲେ ବାପ ମା’ ଙ୍କର ଆନନ୍ଦ କାହିଁରେ କେତେ। ପରିଣତ ବୟସର ଟିକେ ଭଲ ଖାଇବାକୁ ଦେବ ଆଉ ସେବା ଯତ୍ନ କରିବ। ଆଉ ମରିଗଲା ପରେ ଶ୍ମଶାନରେ ନେଇ ମୁଖାଗ୍ନି ଦେବ। ଆଉ ଆତ୍ମାର ସଦଗତି ପାଇଁ ପିଣ୍ଡ ପାଣି ଦେବ। କତେ ଆଶା ଆଉ କେତେ ଭରସା ଥିଲା କେନ୍ଦ୍ରାପଡା ସଦରଥାନା ଗୁଲନଗର ଗାଁର ଘନ ସେଠୀଙ୍କର  ପୁଅ ଜଗା ଉପରେ। ହେଲେ ଜଗା ଯେ ଏମିତି ପିତୃଋଣ ସୁଝେଇବ ତାହା କିଏବା ବିଶ୍ଵାସ କରିବ?

ଗୁଲନଗର ଗାଁର ଜଗନାଥ ସେଠୀଙ୍କ ପୁଅ ବାହାରେ ରହି ପାଠ ପଢେ। ଦୁର୍ଗାପୂଜା ଛୁଟିରେ ପୁଅ ଘରକୁ ଆସିଛି। ପୁଅ ପାଇଁ ଜଗନ୍ନାଥ ବଜାରରୁ ଚିକେନ ଆଣିଥିଲେ। ଜଗନ୍ନାଥଙ୍କ ବାପା ଘନଶ୍ୟାମ ଭଲ ରୋଷେଇ ଜାଣନ୍ତି। ଜଗନ୍ନାଥ ଚିକେନ ଘରେ ରଖି ବାପାକୁ ରୋଷେଇ କରିବାକୁ ବରାଦ କରିଥିଲେ। ହେଲେ ବାପା ଘନଶ୍ୟାମ ରୋଷେଇ ନକରି କୁଆଡେ ଗାଁରେ ମିଳୁଥିବା ମଦ ପିଇବାକୁ ଚାଲିଯାଇଥିଲେ। ଜଗନ୍ନାଥ ବି କମ୍ ନୁହେଁ।

ସେ ବି ମଦ ପିଇ ଆସି ଘରେ ବାପାଙ୍କୁ ନିଶାରେ ଧମକ ଦେଲା କି ମାଂସ କାହିଁ? କାହିଁକି ଏପର୍ଯ୍ୟନ୍ତ ରୋଷେଇ ହୋଇନି। ନିଶାରେ ଥିବା ଘନ କୁଆଡେ ପୁଅ ଜଗନ୍ନାଥଙ୍କୁ ଏକ ଚାପୁଡା ମାରିଥିଲା। ବାପାଠାରୁ ପୁଅ ଡବଲ ଡୋଜ୍ ନିଶାରେ ଥିବା ବାପା ଜାଣିନଥିଲା। ନିଶା ସରସର ଜଗନ୍ନାଥ ଘନଶ୍ୟାମଙ୍କୁ ଟେକିନେଇ ପ୍ରଥମେ କଚି ଦେଲା।

ନିଶାରେ ଟଳମଳ ବାପା ଘନଶ୍ୟାମ ପୁଅ ଜଗନ୍ନାଥଙ୍କୁ ପୁଣି ମାଡ ମାରିବାକୁ ଆସିବା ବେଳେ ଜଗନ୍ନାଥ ଏକ କାଠ ଫାଳିଆ ଧରି ବାପା ଘନଶ୍ୟାମଙ୍କୁ ଏକ ଶକ୍ତ ପାହାର ଦେବାରୁ କୁଆଡେ ସେଇଠି ଟଳି ପଡିଲେ ଘନଶ୍ୟାମ। କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଗନ୍ନାଥଙ୍କୁ ଥାନାକୁ ଉଠେଇ ନେଇଛି। ପରବର୍ତ୍ତୀ ତଦନ୍ତ ଜାରି ରହିଥିବା ସଦର ଥାନା ଆଇଆଇସି ପ୍ରମୋଦ କୁମାର ମଲିକ ସୂଚନା ଦେଇଛନ୍ତି।

ପ୍ରତି ସେକ୍ଟରରେ ଜଣେ କରି ଏଏସ୍ଆଇ ଓ ଜଣେ କନଷ୍ଟେବଳ ବାଇକରେ ପାଟ୍ରୋଲିଂ କରିବେ। ଟ୍ରାଫିକ୍ ନେଇ କୌଣସି ପ୍ରକାର ଅସୁବିଧା ହେଲେ ତାହାକୁ ସୁଧାରିବା ପାଇଁ ଏହି ପାଟ୍ରୋଲିଂ ବାଇକ୍ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ।

Comment