ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରେ ଘରେ ପ୍ରେରଣା ନାଁରେ ପରିଚିତ ଶ୍ୱେତା ତିଓ୍ୱାରୀ। ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ୱାରୀ ଅଭିନୟ ସିରିଏଲ ‘କଲିରେ’ରୁ ଆରମ୍ଭ କରିଥିଲେ। ଅଭିନୟ କ୍ଷେତ୍ରରେ ଢେର ସଫଳତା ହାସଲ କରିଥିବା ଶ୍ୱେତା ଏହି ସଫଳତା ପାଇବା ପାଇଁ ବେଶ୍‌ ସଂଘର୍ଷ କରିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ଶ୍ୱେତା ଯେତେବେଳେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିନଥିଲେ ସେତେବେଳେ ସେ ଟ୍ରାଭେଲ ଏଜେନ୍ସିରେ କାମ କରିବା ଆରମ୍ଭ କରିଦେଇଥିଲେ। ଏଥିପାଇଁ ତାଙ୍କୁ ମାସକୁ ୫୦୦ ଟଙ୍କା ମିଳୁଥିଲା। ଶ୍ୱେତା ଏବେ ଟିଭି ଜଗତର ଜଣେ ଖ୍ୟାତନାମା ଅଭିନେତ୍ରୀ।

ଶ୍ୱେତା ତିଓ୍ୱାରୀ ୨୦୦୧ରେ ଚର୍ଚ୍ଚାକୁ ଆସିଥିଲେ। ସିରିଏଲ‘ କସୌଟି ଜିନ୍ଦେଗୀ କେ’ରେ ତାଙ୍କୁ ପ୍ରେରଣା ଭୂମିକା ମିଳିଥିଲା। ଏହି ସିରିଏଲ ଏତେ ଲୋକପ୍ରିୟ ହୋଇଥିଲା ଯେ ସେ ରାତାରାତି ଷ୍ଟାର ହୋଇଗଲେ ଶ୍ୱେତା। ତା’ ପରେ ୨୦୦୪ରେ ଅଭିନେତ୍ରୀ ବିପାଶା ବସୁଙ୍କ ଅଭିନୀତ ଫିଲ୍ମ ‘ମଦହୋସୀ’ରେ ସେ ନଜର ଆସିଥିଲେ।

ଏହାପରେ ଶ୍ୱେତା ଗୋଟିଏ ପରେ ଗୋଟିଏ ଫିଲ୍ମରେ ନଜର ଆସିଥିଲେ। ଖୁବଶୀଘ୍ର ସେ ପୁଣି ସିରିଏଲକୁ କମବ୍ୟାକ କରିବେ ବୋଲି ଚର୍ଚ୍ଚା ହେଉଛି।

Comment