ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିରିଏଲ ‘କସୌଟି ଜିନ୍ଦେଗୀ କେ’ରେ ପ୍ରେରଣା ଚରିତ୍ରରେ ଅଭିନୟ କରି ଶ୍ୱେତା ତିଓ୍ୱାରୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ସିରିଏଲକୁ ଦର୍ଶକ ପସନ୍ଦ କରିଥିଲେ। ଏହି ଅଭିନେତ୍ରୀ ପୁଣିଥରେ ସିରିଏଲକୁ ଫେରିବାକୁ ଯାଉଛନ୍ତି।

ଶେଷଥର ପାଇଁ ୨୦୧୬ରେ ସିରିଏଲ ବେଗୁସରାଇରେ ଶ୍ୱେତା ନଜର ଆସିଥିଲେ। ଗତ ୩ ବର୍ଷରେ ଶ୍ୱେତାଙ୍କୁ ଆଉ ଟିଭି ପରଦାରେ ଦେଖିବାକୁ ମିଳିନି।

ଆଗାମୀ ଦିନରେ ଶ୍ୱେତା ‘ମେରେ ଡାଡ୍‌ କୀ ଦୁଲହନ୍‌’ ସିରିଏଲରେ ନଜର ଆସିବେ। ଏଥିରେ ଶ୍ୱେତାଙ୍କ ବ୍ୟତୀତ ଅଭିନେତା ବରୁଣ ବଡୋଲା ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏହି ସିରିଏଲ ସୋନୀ ଚ୍ୟାନେଲରେ ପ୍ରସାରିତ ହେବ।

Comment