ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକ ଦଳ ୪୩୧ରନରେ ଅଲଆଉଟ୍ ହୋଇଯାଇଛି। ଏହାସହ ଭାରତ ପ୍ରଥମ ଇଂନିସରେ ୭୧ରନରେ ଆଗରେ ରହିଛି।

ବିଶାଖାପାଟଣାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକାଠାରୁ ୭୧ରନର ଲିଡ୍ ନେଇଛି। ଟସ୍ ଜିତି ବ୍ୟାଟିଂ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇଂନିସରେ ୫୦୨ରନ କରି ଇଂନିସ ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଇଂନିସରେ ୪୩୧ରନ କରିବାକୁ ସମର୍ଥ ହୋଇଛି।

ଦଳ ପକ୍ଷରୁ ଡିନ୍ ଏଲଗାର ୧୬୦ ରନ୍ ଓ ଡି କକ୍ ୧୧୧ରନ୍ କରିଥିଲେ। ଏହାସହ ଅଧିନାୟକ ଡୁ ପ୍ଲେସିସ୍ ମଧ୍ୟ ୫୫ରନ୍ କରିପାରିଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ୭ଟି ୱିକେଟ ନେଇଥିଲେ। ଏହାସହ ବାମହାତୀ ସ୍ପିନ୍ ବୋଲର ରବୀନ୍ଦ୍ର ଜାଡ଼େଜା ଟେଷ୍ଟ କ୍ରିକେଟରେ ନିଜର ୨୦୦ ୱିକେଟ୍ ଅକ୍ତିଆର କରିଛନ୍ତି।

ପ୍ରଥମ ଟେଷ୍ଟ ଆସନ୍ତା ରବିବାର ଦିନ ଶେଷ ହେବ। ଏହାପୂର୍ବରୁ ଦୁଇଦଳ ଏହି ମ୍ୟାଚରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।

Comment