ଓଡ଼ିଶାଲାଇଭ ବ୍ୟୁରୋ

ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇଛି ଜୟପୁର ସହର। ଏହି ଅବସରରେ ରଜନଅରଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଅନୁଷ୍ଠିତ ହୋଇଛି। ଏହାକୁ ଦଶହରା ପୂଜା କମିଟିର ସଭାପତି ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଉଦଘାନଟ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କାଯ୍ୟରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ କାର୍ଯ୍ୟକ୍ରମରେ ହିନ୍ଦୀ ସିନେମାର ପ୍ରସିଦ୍ଧ ଗାୟିକା ତଥା ଓଡିଆ ଭଜନ ଗାଇଥିବା ଅନୁରାଧା ପଡଓ୍ଵାଲ ଉପସ୍ଥିତ ରହି ତାଙ୍କ ସଙ୍ଗୀତରେ ଦର୍ଶକଙ୍କୁ ବିଭୋର କରିଥିଲେ।

ଏହି କାଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ମିନାକ୍ଷି ବାହିନିପତି, ବିନୋଦ ମହାପାତ୍ର, ମଦନ ମୋହନ ନାୟକ, କୃଷ୍ଣ ଚନ୍ଦ୍ର ନେପାକ ପ୍ରମୁଖ ଉପସ୍ଥିତ ଥିଲେ।

Comment