ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବର୍ତ୍ତିତ ୠତୁ ଏବଂ ପ୍ରଦୂଷିତ ବାୟୁ ଯୋଗୁଁ ଏବେ ସମସ୍ତଙ୍କୁ ଥଣ୍ଡା, ଜ୍ଵର, କାଶ, କଫ ଭଳି ସମସ୍ୟା ଦେଖା ଦେଉଛି। ଔଷଧ ଖାଇବା ଫଳରେ ଜ୍ୱର କମିଗଲେ ବି କାଶ-କଫରୁ ଉପଶମ ମିଳୁନି। ତେବେ ସପୁରୀ ଜୁସ୍ ଏପରି ଏକ ଘରୋଇ ଔଷଧ, ଯାହା ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହିତ କାଶ- କଫରୁ ବି ଆରାମ ଦେବ।

ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥିବା ସପୁରୀ ପାଚନକ୍ରିୟାକୁ ସ୍ଵାଭାବିକ କରିଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଏଥିରେ ଥିବା ବ୍ରୋମିଲେନ୍ ଏଞ୍ଜାଇମ୍ ଆଣ୍ଟି ଇନଫ୍ଲାମେଟୋରି ଗୁଣରେ ଭରପୂର।

 ସପୁରୀ ଜୁସ୍ ପ୍ରସ୍ତୁତି ପ୍ରଣାଳୀ

୩ଟି ପକ୍ରିୟାରେ ସପୁରୀ ଜୁସ୍ ପ୍ରସ୍ତୁତ କରି ପିଇଲେ କାଶ -କଫରୁ ଉପଶମ ପାଇପାରିବେ।

ଅଧା କପ୍ ସପୁରୀ ରସକୁ ଉଷୁମ କରି ଅଧା ଚାମଚ ମହୁ ମିଶାଇ ପିଅନ୍ତୁ। ମହୁ ଆଉ ସପୁରୀ ଦୁଇଟି ଯାକ ଆଣ୍ଟିଇନଫ୍ଲାମେଟୋରି ଗୁଣଯୁକ୍ତ, ଯାହା ଥଣ୍ଡା କାଶରେ ଗଳାକୁ ଆରାମ ଦେବ।

ଗୋଟିଏ କପ୍ ସପୁରୀ ରସରେ ଅଧା ଚାମଚ ମହୁ ଟିକିଏ ଲୁଣ ଆଉ ଟିକିଏ ଗୋଲମରିଚ ଗୁଣ୍ଡ ମିଶାଇ ଦିନକୁ ୩ଥର ପିଅନ୍ତୁ।

ଗୋଟିଏ କପ୍ ସପୁରୀ ରସରେ ୧ ଚାମଚ ମହୁ, ୧ ଚାମଚ ଅଦା, ଟିକିଏ ଲୁଣ, ଟିକିଏ ନାଲି ଗୋଲମରିଚ ଗୁଣ୍ଡ ମିଶ୍ରଣ କରି ଜୁସ୍ ପ୍ରସ୍ତୁତ କରନ୍ତୁ। ଦିନକୁ ୩ ଥର ଏହି ଜୁସ୍‌କୁ ପିଅନ୍ତୁ।

ଏହି ଜୁସ୍ ପିଇବା ସମୟରେ ଦୁଗ୍ଧଜାତୀୟ ଖାଦ୍ୟ, ଛଣା ଖାଦ୍ୟ, ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

Comment