ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଣିପାଗ ପରିବର୍ତ୍ତନ ଯୋଗୁଁ କାଶ ହେବା ଏକ ସାଧାରଣ କଥା। ଋତୁ ପରିବର୍ତ୍ତନ କାରଣରୁ ଥଣ୍ଡା, କାଶ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଯଦି ଆପଣଙ୍କର ବି ଶୁଖିଲା କାଶ ହେଉଥାଏ, ତେବେ ଏହି ଘରୋଇ ଉପାୟ ଆପଣାନ୍ତୁ।

ଅଦା: ଅଦାରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟିଇନ୍‌ଫ୍ଲାମେଟୋରି ରହିଛି। ଏହା କାଶ ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଆପଣ ଚାହିଁଲେ ଅଦା ପ୍ରସ୍ତୁତ ଚା’ କରି ପିଇପାରିବେ।

ଷ୍ଟିମ୍‌: ଷ୍ଟିମ୍‌ ନେବା ବାମ୍ପ ପ୍ରଭାବଶାଳୀ ଫଳାଫଳ ଦେଇଥାଏ। ଗରମ ପାଣି ବାମ୍ପ ହେଉଛି ସବୁଠୁ ସହଜ ଉପଚାର। ବାମ୍ପ ଦ୍ୱାରା ଆପଣଙ୍କ ନାକ ଓ ଗଳା ଶୁଷ୍କ ହେବ ନାହିଁ। ଆଦ୍ରତା ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସକୁ ସହଜ କରି କାଶ ଦୂର କରିଥାଏ।

ମହୁ: ଆୟୁର୍ବେଦିକରେ ମହୁର ବ୍ୟବହାର ସବୁଠାରୁ ଅଧିକ ହୋଇଥାଏ। ମହୁ ଶୁଖିଲା କାଶ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ଆପଣ ଅଦା ଚା’ ବା ହର୍ବାଲ ଚା’ରେ ମହୁ ମିଶାଇ ମଧ୍ୟ ପିଇପାରିବେ। ମହୁରେ ଆଣ୍ଟି ବ୍ୟକ୍ଟେରିଆଲ ଗୁଣ ଅଛି, ଯାହା ସଂକ୍ରମଣକୁ ରୋକିଥାଏ।

ଲୁଣ ପାଣିରେ ଗର୍ଗଲ କରନ୍ତୁ:  ଏକ ଚାମଚ ଲୁଣକୁ ଗୋଟେ ଗ୍ଲାସ ଉଷୁମ ପାଣିରେ ମିଶାନ୍ତୁ। ଏହି ପାଣିକୁ ଗର୍ଗଲ କରନ୍ତୁ। ଦିନକୁ ଥରେ କରନ୍ତୁ।

ଅଳ୍ପ ଶୁଖିଲା କାଶ ହେଉଥିଲେ ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ ନାହିଁ। ଯଦି କାଶ ଯୋଗୁଁ ଯନ୍ତ୍ରଣା, ନିଶ୍ଵାସ ପ୍ରଶ୍ୱାସରେ ଅସୁବିଧା, ରକ୍ତସ୍ରାବ ଭଳି ହୁଏ, ତେବେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ।

Comment