ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷାଦିନେ କେଶର ଖାସ୍ ଯତ୍ନ ନେବାକୁ ପଡ଼ିଥାଏ। ଏ ଦିନେ କେଶ ଶୁଷ୍କ ହେବା ସହ ରୂପି ସମସ୍ୟା ମଧ୍ୟ ଦେଖାଦିଏ। ତେବେ ଏପରି ପରିସ୍ଥିତିରେ କେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ପାର୍ଲର କିମ୍ବା ସ୍ପା ଯିବା ପରିବର୍ତ୍ତେ ଆପଣ ଘରୋଇ ଉପଚାର ମଧ୍ୟ କରିପାରିବେ।  ତେବେ ଆସନ୍ତୁ ଜାଣିବା ଘରୋଇ ସାମଗ୍ରୀରେ କିପରି ଆପଣ ନିଜ କେଶକୁ ସୁସ୍ଥ ଏବଂ ସୁନ୍ଦର ରଖିପାରିବେ …ଅଲିଭ୍ ତେଲ

ଅଲିଭ୍ ତେଲ ଅନେକ ଜରୁରୀ ଉପାଦାନରେ ଭରପୂର। ସାମ୍ପୁ କରିବାର ଏକ ଘଣ୍ଟା ପୂର୍ବରୁ ଏହାକୁ କେଶରେ ମସାଜ୍ କରନ୍ତୁ। ପରେ ସାମ୍ପୁ ଏବଂ ଉଷୁମ ପାଣିରେ କେଶ ଧୋଇ ଦିଅନ୍ତୁ। ଏହି ତେଲ ମୂଳରୁ କେଶକୁ ମଜଭୁତ କରିଥାଏ। କେଶକୁ ସୁନ୍ଦର, ମୋଟା କରିଥାଏ।BGUଚାପତ୍ର

ଚା ’ପତ୍ରକୁ ପାଣିରେ ଫୁଟାନ୍ତୁ। ଏହାପରେ ଏହାକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ପାଣି ଥଣ୍ଡା ହେବା ପରେ, କେଶରେ ଲଗାନ୍ତୁ। ଚା ’ପତ୍ର କେଶର ଶୁଷ୍କତାକୁ ଦୂର କରି ପୋଷଣ ଯୋଗାଏ। କେଶ ମଧ୍ୟ ମୋଟା, ସୁନ୍ଦର, ଶକ୍ତିଶାଳୀ ହୋଇଥାଏ।ଅଣ୍ଡା

 

ଗୋଟିଏ ଅଣ୍ଡାରେ ଗୋଟିଏ ଚାମଚ ସାମ୍ପୁ ମିଶାନ୍ତୁ। ଏହାକୁ କେଶରେ ଲଗାନ୍ତୁ। ଏହାକୁ ପ୍ରାୟ ୧ ଘଣ୍ଟା ପାଇଁ ଛାଡିଦିଅନ୍ତୁ। ପରେ ଟିକିଏ ଅଧିକ ସାମ୍ପୁ ବ୍ୟବହାର କରି କେଶ ଧୋଇ ଦିଅନ୍ତୁ। ଏହା ଆପଣଙ୍କ କେଶକୁ ଆବଶ୍ୟକ ପ୍ରୋଟିନ ଯୋଗାଇବ।

Comment