ଓଡ଼ିଶାଲାଇଭ୍ ବ୍ୟୁରୋ

dry cough-2

ପରିବର୍ତ୍ତିତ ବାୟୁମଣ୍ଡଳ ସହ ପାଣିପାଗରେ ମଧ୍ୟ ସମୟେ ସମୟେ ହଠାତ୍ ପରିବର୍ତ୍ତନ ଆସେ। ତେବେ ଏହି ସମୟରେ ଅଧିକାଂଶ ଲୋକଙ୍କ ଦେହ ଖରାପ ହେବା ସହ ଶୁଖିଲା କାଶ ହେବାର ଦେଖାଯାଏ। ତାପମାତ୍ରାରେ ପରିବର୍ତ୍ତନ ତଥା ଇନଫେକ୍ସନ ଯୋଗୁଁ ଥଣ୍ଡା, କାଶ, ସର୍ଦ୍ଦି ଆଦି ବିଭିନ୍ନ ପ୍ରକାର ରୋଗ ମାଡ଼ିବସେ।

ବଦଳୁଥିବା ଋତୁ ସହ ଖାପ ଖୁଆଇବା ପାଇଁ ଶରୀରକୁ ସମୟ ଲାଗେ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷରେ ରହିଛି ଏହାର ପ୍ରତିକାର-

Ginger

ଅଦା– ଅଦାରେ ରହିଛି ଆଣ୍ଟି ବ୍ୟାକ୍ଟେରିଆ ତଥା ଆଣ୍ଟି ଇନଫ୍ଲାନେଟୋରୀ ଗୁଣ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଶୁଖିଲା କାଶକୁ ବନ୍ଦ କରାଇଥାଏ। ଶୁଖିଲା କାଶ ହେବା ମାତ୍ରେ ଆପଣ ଅଦା ତାହା କରି ପିଇପାରିବେ,ଏହା ସାଙ୍ଗେ ସାଙ୍ଗେ ଆରାମ ଦେଇଥାଏ। କିମ୍ବା ଅନ୍ୟ କୌଣସି ଖାଦ୍ୟ ପଦାର୍ଥରେ ମଧ୍ୟ ଅଦା ମିଶାଇ ଖାଇ ପାରିବେ।

Honey

ମହୁ– ମହୁ ମଧ୍ୟ ରହିଛି ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଯାହା ଇନଫେକ୍ସନ ସହ ଲଢ଼େ ଏବଂ ଶୁଖିଲା କାଶରୁ ମୁକ୍ତି ଦିଏ। ବିଭିନ୍ନ ଉପାୟରେ ଆପଣ ମହୁ ଖାଇପାରିବେ। ହରବାଲ ଟି ବା ଜିଞ୍ଜର ଟିରେ ମହୁ ମିଶାଇ ପିଇପାରିବେ। ଏହା ବ୍ୟତୀତ ପ୍ରତିଦିନ ଗୋଟିଏ ଚାମଚ ମହୁରେ କିଛି ବୁନ୍ଦା ଅଦା ରସ ପକାଇ ପିଇବା ଦ୍ୱାରା ଏହା ଶୀଘ୍ର କାମ କରିଥାଏ।

turmeric

ହଳଦୀ– ହଳଦୀରେ ରହିଛି ଓୌଷଧିୟ ଗୁଣ। ଗରମ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ଶୁଖିଲା କାଶ ଜଲଦି ଭଲ ହୋଇଥାଏ। ଏହା ଛଡ଼ା ହଳଦୀ ଚାହା କରି ମଧ୍ୟ ପିଇପାରିବେ।

steam

ବାମ୍ଫ– ପାଣି ଗରମ କରି ବାମ୍ଫ ନେଲେ ମଧ୍ୟ ଥଣ୍ଡା, ଶୁଖିଲା କାଶରୁ ଆରାମ ମିଳିଥାଏ। ଏହା ଆପଣ ଯେକୌଣସି ସମୟରେ ଚାହିଁଲେ କରିପାରିବେ।

vit c

ସ୍ୱାସ୍ଥ୍ୟକର ଖାଦ୍ୟ– ରୋଗପ୍ରତିରୋଧକ ଶକ୍ତି ଦୃଢ଼ ଥିଲେ ଥଣ୍ଡା କାଶ ଆଦି ରୋଗରୁ ଜଲଦି ମୁକ୍ତି ମିଳିଥାଏ। ଉତ୍ତମ ଥତା ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରୁହେ। ଭିଟାମିନ୍ ସି ଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

Comment