ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦର ଓ ଲମ୍ବା ନଖ ରଖିବାକୁ ପ୍ରାୟ ସବୁ ମହିଳା ଇଚ୍ଛା କରନ୍ତି। କିନ୍ତୁ ଅନେକ ମହିଳାଙ୍କ ନଖ ଶୀଘ୍ର ବଢ଼ିନଥାଏ। ଏଥିସହ ପତଳା ନଖ ଯୋଗୁ ଜଲ୍‌ଦି ଭାଙ୍ଗି ଯାଇଥାଏ। କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟରେ ସୁନ୍ଦର ତଥା ଲମ୍ବା ନଖ ରଖିପାରିବେ। ତେବେ ଜାଣନ୍ତୁ ସେମିତି କିଛି ଟିପ୍ସ ବିଷୟରେ..ଲେମ୍ବୁ          

ଲେମ୍ବୁରେ ଭିଟାମିନ ସି ଥାଏ, ଯାହାକି ନଖ ବଢ଼ାଇବାରେ ସାହାଯ୍ୟ କରେ। ଗୋଟିଏ ପାତ୍ରରେ କିଛି ଗରମ ପାଣି ନେଇ ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏହି ପାଣିରେ ହାତକୁ ୫ ମିନିଟ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ଏହା ପରେ ସଫା ପାଣିରେ ହାତ ଧୋଇଦିଅନ୍ତୁ। ଏହାଦ୍ଵାରା ନଖ ଭାଙ୍ଗିବା ବନ୍ଦ ହୋଇଯିବ।coconut oilନଡ଼ିଆ ତେଲ

ନଡ଼ିଆ ତେଲ ନଖ ବଢ଼ାଇବାରେ ସହାୟକ ହୋଇଥାଏ। ନଡ଼ିଆ ତେଲକୁ ଅଳ୍ପ ଗରମ କରି ନଖରେ ମାଲିସ୍ କରନ୍ତୁ। ଏହାଦ୍ଵାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଓ ନଖ ଲମ୍ବା ହେବା ସହ ମଜବୁତ ହୋଇଥାଏ।ଟମାଟୋ

ଟମାଟୋ ରସକୁ ନଖରେ ମାଲିସ କରନ୍ତୁ। ଏହାଦ୍ଵାରା ନଖ ଲମ୍ବା ଓ ମଜବୁତ ହେବ।

ଅଣ୍ଡା ଓ କମଳା ରସ

ନଖକୁ ଲମ୍ବା କରିବା ପାଇଁ ଗୋଟିଏ ପାତ୍ରରେ ଏକ ଚାମଚ ଅଣ୍ଡାର ଧଳା ଅଂଶ ଓ ଏକ ଚାମଚ କମଳା ରସ ମିଶାଇ ଦିଅନ୍ତୁ। ଏହାକୁ ନଖରେ ଲଗାଇ ୧୦ ମିନିଟ୍ ପରେ ଧୋଇଦିଅନ୍ତୁ।ରସୁଣ

ନଖ ଲମ୍ବା କରିବା ପାଇଁ ଆପଣ ଲସୁଣକୁ କାଟି ୧୦ ମିନିଟ୍ ପର୍ଯ୍ୟନ୍ତ ନଖରେ ଘଷନ୍ତୁ। ଏହା ପରେ ହାତକୁ ଭଲ ଭାବେ ଧୋଇନିଅନ୍ତୁ।

Comment