ଓଡ଼ିଶାଲାଇଭ୍ ବ୍ୟୁରୋ

eyebrows-2

ଏକ ସୁନ୍ଦର ଚେହେରା ମଧ୍ୟରେ ଆଖି ହେଉଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ତେବେ ଆଖିକୁ ସୁନ୍ଦର କରିବାରେ ଆଇବ୍ରୋର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୋଟା ଏବଂ ଭଲ ସେପରେ ରହିଲେ ଆଇବ୍ରୋ ମୁଖ ମଣ୍ଡଳର ଉଜ୍ୱଳତା ବଢ଼ାଇଥାଏ। ତେବେ କିଛି ଜଣଙ୍କ ମୋଟା ଆଇବ୍ରୋ ଥାଏ ତ ଆଉ କାହାର ପତଳା। ଆସନ୍ତୁ ଜାଣିବା କମ ସମୟ ମଧ୍ୟରେ ନିଜର ଆଇବ୍ରୋ କିପରି ବଢ଼ାଇ ପାରିବେ।

drinking_cup_of_water

-ସବୁଦିନ ଯଥେଷ୍ଟ ପରିମାଣରେ ପାଣି ପିଇବା ଆବଶ୍ୟକ। ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଯାଇଥାଏ। ଏହି ପଦାର୍ଥ ଶରୀରରେ ରହିଲେ କେଶର ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ।

castor oil-1

-ଆଇବ୍ରୋ ବୃଦ୍ଧି ସବୁଠାରୁ ଭଲ ଉପାୟ ହେଉଛି ଜଡ଼ା ତେଲ ଲଗାଇବା। ଏଥିରେ ରହିଛି ପ୍ରୋଟିନ୍, ଭିଟାମିନ୍, ଫ୍ୟାଟି ଏସିଡ୍ ଯାହକୁ ଆଇ ବ୍ରୋରେ ଲଗାଇବା ଦ୍ୱାରା ଅତିଶୀଘ୍ର କେଶ ବଢ଼ିଥାଏ। ଶୋଇବା ପୂର୍ବରୁ ଦୁଇରୁ ତିନି ମିନିଟ୍ ସମାଜ କରି ରଖିଦିଅନ୍ତୁ  ଏବଂ ସକାଳୁ ଉଠି ଧୋଇଦିଅନ୍ତୁ। ଯଥାଶୀଘ୍ର ଏହାର କମାଲ ଦେଖିବାକୁ ମିଳିବ।

coconut oil

-ଆଇବ୍ରୋ ପ୍ରତିଦିନ ଶୋଇବା ପୂର୍ବରୁ ନଡ଼ିଆ ତେଲ ମଧ୍ୟ ମାଲିସ୍ କରିପାରିବେ। ଏଥିରେ ଥିବା ଭିଟାମିନ୍ ଇ ଏବଂ ଆଇରନ ଯାହା ଆଇବ୍ରୋ ବଢ଼ିବାରେ ସାହାଯ୍ୟ କରେ।

aloe vera

-ଏଲୋବେରା ଜେଲ୍ ବା ଜୁସ୍ ଆଇ ବ୍ରୋ ବଢ଼ାଇବା ପାଇଁ ବେଶ୍ ଲାଭଦାୟୀ। ଏଲୋବେରାର ଜୁସକୁ କିଛି ସମୟ ଆଇବ୍ରୋରେ ମାଲିସ୍ କରିବା ପରେ ଧୋଇଦିଅନ୍ତୁ।

onion juice

-ପିଆଜ ରସ ମଧ୍ୟ ହେୟାର ଗ୍ରୋଥ୍ ପାଇଁ ବେଶ୍ ଉପକାରୀ। ଏହା ରକ୍ତ ସଞ୍ଚାଳନ ଭଲ କରେ। ପିଆଜ ରସକୁ ପ୍ରତିଦିନ ଆଇବ୍ରୋରେ ଲଗାଇ ମସାଜ୍ କରନ୍ତୁ ଏବଂ ପାଞ୍ଚ ମିନିଟ୍ ପରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ଆଇବ୍ରୋ ଜଲଦି ବଢ଼ିଥାଏ।

Comment