ଓଡ଼ିଶାଲାଇଭ ବ୍ୟୁରୋ

ମେଡିସିନ ପାଇଁ ଚଳିତବର୍ଷ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଏଥର ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ଏହି ପୁରସ୍କାର ଦିଆଯିବ।

ଫିଜିଓଲୋଜି ଓ ମେଡିସିନ ପାଇଁ ଓ୍ଵିଲିୟମ ଜି. କାଲିନ, ସାର ପିଟର ଜି. ରାଟକ୍ଲିଫ ଓ ଗ୍ରେଗ ଏଲ୍‌. ସେମେଞ୍ଜାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। ଏମାନଙ୍କୁ କୋଷମାନଙ୍କ ଅକ୍ସିଜେନ ଗ୍ରହଣ ଉପରେ କରିଥିବା ଅନୁସନ୍ଧାନ ପାଇଁ ଏହି ପୁରସ୍କାର ଦିଆଯିବ।

ସେହିପରି ୨୦୧୮ରେ ମେଡିସିନ ପାଇଁ ଜେମ୍ସ ପି ଏଲିସନ୍‌ ଓ ତାସୁକ ହୋଜୋଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଦିଆଯାଇଥିଲା। ସେମାନେ କ୍ୟାନସର ଥେରାପି ପାଇଁ ଏହି ପୁରସ୍କାର ପାଇଥିଲେ।

Comment