ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥନୀତି ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଚଳିତ ବର୍ଷ ତିନିଜଣ ବ୍ୟକ୍ତିଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଅଭିଜିତ୍ ବାନାର୍ଜୀ ତାଙ୍କ ପତ୍ନୀ ଏସ୍ତର ଡୁପ୍ଲାଓ ଓ ମାଇକେଲ କ୍ରେମରଙ୍କୁ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି।


ବିଶ୍ୱରୁ ଗରିବୀ ଦୂରୀକରଣ ପାଇଁ ତାଙ୍କର ପ୍ରୟୋଗାତ୍ମକ ଦୃଷ୍ଟିକୋଣ ନିମନ୍ତେ ଏହି ତିନି ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

କୋଲକାତାରେ ଜନ୍ମଗ୍ରହଣ କରିଥିବା ଅଭିଜିତ ବାନାର୍ଜୀ ଆମେରିକାରେ ଅର୍ଥଶାସ୍ତ୍ର ରହିଛନ୍ତି। ସେ ଦିଲ୍ଲୀର ଜେଏନୟୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମଏ କରିଛନ୍ତି। ଏହାସହ ସେ ୧୯୮୮ ମସିହାରେ ଆମେରିକାର ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।

Comment