ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କ କ୍ରିକେଟ କ୍ୟାରିଅରକୁ ଶେଷ କରି ଦେଇଛନ୍ତି ବୋଲି କହିଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଇର୍ଫାନ। କ୍ରିକେଟରୁ ଅବସର ନେଇ ବର୍ତ୍ତମାନ ସାଂସଦ ରହିଥିବା କ୍ରିକେଟର ଗମ୍ଭୀରଙ୍କ ବିଷୟରେ ଏପରି କହି ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ଏହି ପାକିସ୍ତାନୀ କ୍ରିକେଟର।

ସେ କହିଛନ୍ତି ଯେ, ୨୦୧୨ ମସିହାରେ ଭାରତ ଓ ପାକିସ୍ତାନ କ୍ରିକେଟ ସିରିଜରେ ସେ ୪ଥର ଗମ୍ଭୀରଙ୍କୁ ଆଉଟ୍ କରିଥିଲେ। ଏହି କାରଣରୁ ତାଙ୍କ କ୍ୟାରିଅରର ଅନ୍ତ ଘଟିଥିଲା ବୋଲି ସେ କହିଛନ୍ତି।

ଏହି କ୍ରିକେଟ୍ ସିରିଜରେ ଭାରତୀୟ ଖେଳାଳିମାନେ ତାଙ୍କ ବୋଲିଂକୁ ସାମନା କରିବାକୁ ଡ଼ରୁଥିଲେ ଏବଂ ତାଙ୍କ ଉଚ୍ଚତା ବହୁତ ଥିବା ହେତୁ  ଭାରତୀୟ ବ୍ୟାଟ୍ସମ୍ୟାନମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ବୋଲି ସେ କହିଛନ୍ତି।

ସେହି କ୍ରିକେଟ ସିରିଜ ଗମ୍ଭୀରଙ୍କ ଶେଷ ଟି-୨୦ ସିରିଜ୍ ଥିଲା। ଏହାପରେ ଦିନିକିଆରେ ଗମ୍ଭୀରଙ୍କୁ କେବଳ ଇଂଲଣ୍ଡ ବିପକ୍ଷ ସିରିଜରେ ଦେଖିବାକୁ ମିଳିଥିଲା। ଏହାପରେ ସେ କ୍ରିକେଟକୁ ଅଲବିଦା କହିଥିଲେ।

ତେଣୁ ଏହି ସିରିଜ ମହମ୍ମଦ ଇର୍ଫାନଙ୍କୁ ସମ୍ମୁଖୀନ ହୋଇ ଲଗାତାର ଆଉଟ୍ ହେବା କାରଣରୁ ଗମ୍ଭୀରଙ୍କ କ୍ରିକେଟ୍ କ୍ୟାରିଅର ଶେଷ ହୋଇଯାଇଥିବା ସେ କହିଛନ୍ତି।

Comment