ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ବିପାଶା ବସୁ ବିଜୟାଦଶର୍ମୀ ଅବସରରେ ସିନ୍ଦୂର ଖେଳିଛନ୍ତି। ପଶ୍ଚିମବଙ୍ଗରେ ରହୁଥିବା ଏହି ସୁନ୍ଦରୀ ଅଭିନେତ୍ରୀ ସିନ୍ଦୂର ଖେଳର ଭରପୂର ମଜା ନେଇଛନ୍ତି।

ସିନ୍ଦୂର ଖେଳ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ବିପାଶାଙ୍କ ସହିତ ସ୍ୱାମୀ କରଣ ସିଂହ ଗ୍ରୋଭର ମଧ୍ୟ ନଜର ଆସିଛନ୍ତି। ସମ୍ପୂର୍ଣ୍ଣ ପାରମ୍ପରିକ ବେଶରେ ବିପାଶା ବେଶ୍‌ ସୁନ୍ଦର ମଧ୍ୟ ଲାଗୁଛନ୍ତି। ବିପାଶା ସବୁ ବର୍ଷ ଦୁର୍ଗା ପୂଜା ଧୁମଧାମରେ ପାଳନ କରନ୍ତି।

ସିନ୍ଦୂର ଖେଳ ବଙ୍ଗାଳୀମାନଙ୍କ ବଡ଼ ପର୍ବ। ଏହି ପର୍ବ ବିଜୟାଦଶମୀ ଦିନ ପାଳିତ ହୋଇଥାଏ। ଏହି ପର୍ବରେ ନାରୀମାନେ ପରସ୍ପରକୁ ସିନ୍ଦୂର ଲଗାଇ ସ୍ୱାମୀଙ୍କ ଦୀର୍ଘ ଆୟୁ କାମନା କରିଥାନ୍ତି।

LEAVE A REPLY

Please enter your comment!
Please enter your name here