ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀ ପୋଲିସରେ ହେଡ୍‌ କନଷ୍ଟେବଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଭାରତର ଯେକୌଣସି ରାଜ୍ୟର ମହିଳା ଓ ପୁରୁଷ ଆବେଦନ କରିପାରିବେ। ଆବେଦନ ପାଇଁ ସେମାନେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ।

ଏହି ପଦବୀ ପାଇଁ ୫୫୪ଟି ସିଟ୍‌ ରହିଛି। ସେଥି ମଧ୍ୟରୁ ମହିଳାମାନଙ୍କ ପାଇଁ ୬୯ ଓ ପୁରୁଷମାନଙ୍କ ପାଇଁ ୧୪୦ଟି ସିଟ୍‌ ରହିଛି। ମହିଳାମାନଙ୍କ ସିଟ୍‌ରେ ୧୮ ଏଡବ୍ଲୁଏସ୍‌, ୪୨ଟି ଓବିସି, ୨୭ଟି ଏସି ଓ ୨୬ଟି ଏସଟି ପ୍ରାର୍ଥୀଙ୍କ ପାଇଁ ରହିଛି। ସେହିପରି ପୁରୁଷଙ୍କ ସିଟ ମଧ୍ୟରୁ ୩୭ଟି ଇଡବ୍ଲୁଏସ୍‌, ୮୬ଟି ଓବିସି, ୫୬ଟି ଏସସି ଓ ୫୬ଟି ଏସଟି ପ୍ରାର୍ଥୀଙ୍କ ପାଇଁ ରହିଛି।

ଯୋଗ୍ୟତା

୧-ବୟସ ସୀମା(୦୧.୦୭.୨୦୧୯)

  • ସାଧାରଣ ବର୍ଗ ଓ ଇଡବ୍ଲୁଏସ୍‌ ପ୍ରାର୍ଥୀ ୧୮ରୁ ୨୫ ବର୍ଷ ହୋଇଥିବା ଦରକାର
  • ଓବିସି ୨୮ ବର୍ଷ
  • ଏସସି/ଏସଟି ୩୦ ବର୍ଷ
  • ଶାରିରୀକ ଅସାମର୍ଥ୍ୟ ବ୍ୟକ୍ତି ୩୫ ବର୍ଷ
  • ବିଧବା ମହିଳାଙ୍କ ପାଇଁ ୩୫ ବର୍ଷ
  • କ୍ରିଡ଼ାବିତଙ୍କ ପାଇଁ ୩୦ ବର୍ଷ
  • ଦିଲ୍ଲୀ ପୋଲିସ ବିଭାଗର ପ୍ରାର୍ଥୀଙ୍କ ପାଇଁ ୪୦ ବର୍ଷ

୨- ଶିକ୍ଷାଗତ ଯୋଗ୍ୟତା – ଯୁକ୍ତ ୨ ଓ ଦଶମ ପାସ୍‌ କରିଥିବା ଦରକାର

୩- କମ୍ପ୍ୟୁଟର ଶିକ୍ଷା – ଇଂରାଜୀରେ ମିନିଟ ପିଛା ୩୦ ଓ୍ଵାର୍ଡ ଟାଇପି କରିପାରୁଥିବେ। ସେହିପରି ହିନ୍ଦୀରେ ମିନିଟ ପିଛା ୨୫ ଓ୍ଵାର୍ଡ ଟାଇପ କରିପାରୁଥିବା ଦରକାର।

ଆବେଦନ ପ୍ରକ୍ରିୟା

www.delhipolice.nic.in କୁ ଯାଇ ଆବେଦନ କରିପାରିବେ। ଯଦି ଆବେଦନ ପ୍ରକ୍ରିୟାରେ କୌଣସି ତ୍ରୁଟି ଥାଏ ତେବେ ତାକୁ ଖାରଜ କରାଯିବ।

ଫିସ୍‌

ଏସସି/ଏସଟି, ଶାରିରୀକ ଅସାମର୍ଥ୍ୟ ବ୍ୟକ୍ତିଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ୧୦୦ଟଙ୍କା ଫିସ ଭରିବେ। ଏହି ଫିସ୍‌କୁ ଅନଲାଇନ ମାଧ୍ୟମରେ ଭରି ପାରିବେ। ଅଧିକ ତଥ୍ୟ ପାଇଁ www.delhipolice.nic.in ଓ୍ଵେବସାଇଟକୁ ଯାଇ ପାରିବେ।

Comment