ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀର ଦ୍ୱାରକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟାଦଶମୀ ପାଳନ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ଉତ୍ସବରେ ସାମିଲ ହେବେ।

ମଙ୍ଗଳବାର ସାରା ଦେଶ ଖୁବ୍ ଧୂମଧାମରେ ଦଶହରା ପାଳନ କରୁଛି। ଏହିଦିନ ଭଗବାନ ରାମଚନ୍ଦ୍ର ରାବଣକୁ ବଧ କରିଥିଲେ। ତେଣୁ ଏହିଦିନ ଅଧିକାଂଶ ସ୍ଥାନରେ ରାବଣ ପୋଡ଼ି ମଧ୍ୟ ଆୟୋଜନ କରାଯାଇଥାଏ।

ଚଳିତ ଥର ଦଶହରାରେ ମୋଦୀ ଓ କୋବିନ୍ଦ ଦିଲ୍ଲୀର ଦ୍ୱାରକାରେ ବିଜୟାଦଶମୀ ପାଳନ କରିବେ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।

ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦି ଭିନ୍ନ ଭିନ୍ନ ସ୍ଥାନରେ ବିଜୟା ଦଶମୀ ପାଳନ କରୁଛନ୍ତି। ୨୦୧୪, ୨୦୧୭, ୨୦୧୮ରେ ସେ ଦିଲ୍ଲୀର ରାମଲୀଳା ମୈଦାନରେ ବିଜୟା ଦଶମୀ ପାଳନ କରିଥିଲେ। ଅନ୍ୟପଟେ ୨୦୧୫ରେ ତିରୁପତି, ୨୦୧୬ରେ ଲକ୍ଷ୍ନୌରେ ବିଜୟାଦଶମୀ ପାଳନ କରିଥିଲେ।

Comment