ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିପାବଳୀ ଭେଟି। ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା। ବୁଧବାର ରାଜଧାନୀ ଦିଲ୍ଲୀରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧିକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏଥିସହିତ ୧୨ ପ୍ରତିଶତରେ ଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତକୁ ବଢ଼ିଛି। ଏହି ବର୍ଦ୍ଧିତ ଭତ୍ତା ୨୦୧୯ ଜୁଲାଇରୁ ଏହି ବର୍ଦ୍ଧିତ ଭତ୍ତା ଲାଗୁ ହେବ। ଏହା ଫଳରେ ଦେଶର ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। ସେହିପରି ୬୫ ଲକ୍ଷ ପେନ୍‌ସନଭୋଗୀ ମଧ୍ୟ ବର୍ଦ୍ଧିତ ଭତ୍ତା ପାଇଁ ଉପକୃତ ହେବେ।

LEAVE A REPLY

Please enter your comment!
Please enter your name here