ଓଡ଼ିଶାଲାଇଭ୍ ବ୍ୟୁରୋ

ଇପିଏଫରୁ ନିଜ ଜମା ଟଙ୍କା ଉଠାଇବା ପାଇଁ କର୍ମଚାରୀଙ୍କୁ ବେଶ୍ କସରତ କରିବାକୁ ପଡ଼ିଥାଏ। ଟଙ୍କା ଉଠାଇବାକୁ ନେଇ ଅନେକ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ଖୁବଶୀଘ୍ର ଏହି ପ୍ରକ୍ରିୟା ସହଜ ହେବାକୁ ଯାଉଛି।
ଆଗକୁ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛି, ଯେଉଁଥିରେ ଏଟିଏମ କାର୍ଡ କିମ୍ବା ୟୁପିଆଇ ମାଧ୍ୟମରେ ଇପିଏଫ ଟଙ୍କା ଉଠାଇ ହେବ।
ଇପିଏଫଓର ଏହି ନୂଆ ପ୍ରସ୍ତାବକୁ ଅନୁମୋଦନ ମିଳିସାରିଛି। ଏହାକୁ ଲାଗୁ କରିବା ପାଇଁ କର୍ମଚାରୀଙ୍କ ଇପିଏଫ ଖାତାଗୁଡ଼ିକୁ ସେମାନଙ୍କ ବ୍ୟାଙ୍କ ଖାତା ସହ ଲିଙ୍କ କରିବାକୁ ପଡ଼ିବ।
ଏବେ ଏହି ପ୍ରକ୍ରିୟାରେ ଇପିଏଫରେ ଜମା ରାଶିର କିଛି ଅଂଶକୁ ଫ୍ରିଜ କରାଯାଇ, ବାକି ରାଶିକୁ ଉଠାଯାଇ ପାରିବ। କର୍ମଚାରୀମାନେ ଡେବିଟ କାର୍ଡ କିମ୍ବା ୟୁପିଆଇ ମାଧ୍ୟମରେ ଏହାକୁ ଉଠାଇପାରିବେ।
Tags: #EPFO #Savings #Employees #India