ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର (ଇପିଏଫ) ସୁଧହାର ବୃଦ୍ଧି ପାଇଛି। ବର୍ଷ ୨୦୨୨-୨୩ ପାଇଁ ଇପିଏଫରେ ୮.୧୫ ପ୍ରତିଶତ ସୁଧ ମିଳିବ। ପୂର୍ବ ବର୍ଷ ଏହି ସୁଧହାର ୮.୧୦ ପ୍ରତିଶତ ଥିଲା। ଏନେଇ ମଙ୍ଗଳବାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର (ଇପିଏଫଓ) ବୈଠକରେ ସ୍ଥିର କରାଯାଇଛି।

ମଙ୍ଗଳବାର ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିସ୍ (ସିବିଟି) ବୈଠକରେ ସୁଧହାର ବୃଦ୍ଧିକୁ ନେଇ ଚର୍ଚ୍ଚା କରଯାଇଥିଲା। ଏବେ ସୁଧହାର ବୃଦ୍ଧିକୁ ନେଇ ହୋଇଥିବା ଏହି ନିଷ୍ପତ୍ତିକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ପଠାଯିବ। ସେଠାରେ ଏହାକୁ ଅନୁମୋଦନ କରାଗଲେ, ଭାରତର ୫ କୋଟି ଇପିଏଫ ଆକାଉଣ୍ଟଧାରୀଙ୍କୁ ଏହି ସୁଧ ରାଶି ଦିଆଯିବ।

ପୂର୍ବବର୍ଷ କେନ୍ଦ୍ର ସରକାର ଇପିଏଫ ସୁଧହାରକୁ ୦.୪ ପ୍ରତିଶତ କମ କରି ଦେଇଥିଲେ। ଏହାଫଳରେ ବର୍ଷ ୨୦୨୧-୨୨ରେ ସୁଧହାର ୮.୫୦ ରୁ ୮.୧୦ ପ୍ରତିଶତକୁ ଖସିଯାଇଥିଲା। ଏହା ୪୦ ବର୍ଷରେ ସବୁଠୁ କମ ଥିଲା।

ଗତ ୧୦ ବର୍ଷ ମଧ୍ୟରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫଓ) ତରଫରୁ ଦିଆଯାଉଥିବା ସୁଧହାର କମ ହେଉଥିବାର ଦେଖା ଯାଇଛି। ଇପିଏଫ ପାଇଁ ୨୦୧୩-୧୪ ଆର୍ଥିକ ବର୍ଷରେ ୮.୭୫ ସୁଧହାର ଦିଆଯାଉଥିଲା। ଅନ୍ୟପଟେ ଏବେ ୨୦୨୨-୨୩ରେ ଏହା ୮.୧୫ରେ ପହଞ୍ଚିଛି।

Tags: #EmployeesProvidentFund #EPFO #InterestRate #CentralFinanceministry

Comment