ଓଡ଼ିଶାଲାଇଭ୍ ବ୍ୟୁରୋ

job

ଭାରତ ସରକାରଙ୍କ ଅଧିନସ୍ଥ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପକ୍ଷରୁ ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀ ପାଇଁ ମାସିକ ୩୦ ହଜାରରୁ ୫୦ ହଜାର ଟଙ୍କା ଯାଏଁ ଦରମା ମିଳିବ।

ଇପିଏଫଓରେ ବିଭିନ୍ନ ରାଜ୍ୟରେ ଖାଲିଥିବା ୨୬୭୪ଟି ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଏପ୍ରିଲ ୨୮ ତାରିଖ ଆବେଦନର ଶେଷ ତାରିଖ। ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଇପିଏଫଓର ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୨୭ ବର୍ଷ ଭିତରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନେ ଏକ ମିନିଟ ଭିତରେ ଇଂରାଜୀରେ ୩୫ଟି ଓ ହିନ୍ଦୀରେ ୩୦ଟି ଶବ୍ଦ ଟାଇପ୍ କରିପାରୁଥିବା ଆବଶ୍ୟକ

ଇପିଏଫଓର ଏହି ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ପଦବୀ ପାଇଁ ଅଣସରଂକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ପରୀକ୍ଷା ଶୁଳ୍କ ବାବଦକୁ ୭୦୦ ଟଙ୍କା ଦେବାକୁ ପଡ଼ିବ। ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଶୁଳ୍କ ଛାଡ଼ କରାଯାଇଛି।

କେମିତି କରିବେ ଆବେଦନ

  • ଇପିଏଫଓର ୱେବସାଇଟ୍ epfindia.gov.in କୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘କ୍ୟାରିୟର’ ଅପ୍ସନକୁ କ୍ଲିକ କରନ୍ତୁ
  • ‘କ୍ୟାରିୟର’ ଅପ୍ସନ ଭିତରେ ‘ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ’ ପଦବୀ ଚୟନ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପରୀକ୍ଷା ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଇପିଏଫଓର ‘ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ’ ପଦବୀ ପାଇଁ ପ୍ରଥମେ କମ୍ପ୍ୟୁଟର ବେସଡ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ଟାଇପିଂ ଟେଷ୍ଟ କରାଯିବ। ଏହି ସବୁ ପରୀକ୍ଷା ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପରିଚାଳନା କରାଯିବ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଏନଟିଏ ଓ ଇପିଏଫଓର ୱେବସାଇଟରେ ଉପଲବ୍ଧ।

Tags: #Employes’sProvidentFundOrganization #EPFO #SocialSecurityAssistant #OnlineApplication #Employment #Examination

Comment