ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାକିରି କରୁଥିବା କର୍ମଚାରୀଙ୍କୁ ଝଟକା। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍‌ଗାନାଇଜେସନ୍‌ (ଇପିଏଫ୍‌ଓ) ସୁଧହାରକୁ ୦.୧୫ ପ୍ରତିଶତ କମାଇଛନ୍ତି। ଏଣିକି ଇପିଏଫ୍‌ର ସୁଧହାର ୮.୫ ପ୍ରତିଶତ ହୋଇଛି। ଇପିଏଫ୍‌ଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡରେ ଏହି ନିଷ୍ପତ୍ତି ନିଆଯାଇଛି।

କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ)ର ନିବେଶ ଉପରେ କମ୍ ରିଟର୍ଣ୍ଣ ହେବା ଫଳରେ ଇପିଏଫ ସୁଧହାର କମିଛି।

୨୦୧୯ ଆର୍ଥିକ ବର୍ଷରେ ଇପିଏଫ୍‌ଓ ସୁଧହାର ୮.୬୫ ରହିଥିଲା।

ଦେଶରେ ଇପିଏଫ୍‌ଓ ଓ ପିଏଫ୍‌ ଯୋଜନାରେ ପ୍ରାୟ ୬ କୋଟି କର୍ମଚାରୀ ଯୋଡ଼ି ହୋଇଛନ୍ତି।

Comment