ଓଡ଼ିଶାଲାଇଭ ବ୍ୟୁରୋ

ଆର୍ଥିକବର୍ଷର ପ୍ରଥମ ତିନିମାସ ତଥା ଏପ୍ରିଲ ଜୁନ୍‌ ଲାଗି ସରକାର ସାଧାରଣ ଭବିଷ୍ୟନିଧି ପାଣ୍ଠି(ଜିପିଏଫ) ସୁଧହାର ୮ପ୍ରତିଶତ ରଖିଛନ୍ତି।

୨୦୧୮-୧୯ରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ବି ଏହି ସୁଧହାର ୮ପ୍ରତିଶତ ରହିଥିଲା। ଏପ୍ରିଲ ୧ରୁ ଇପିଏଫ ଏବଂ ଏହିପରି ଅନ୍ୟାନ୍ୟ ପାଣ୍ଠିର ସୁଧହାର ୮ପ୍ରତିଶତ ରହିବା ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏହି ନୂଆ ସୁଧହାର କେନ୍ଦ୍ର ସରକାରୀ କର୍ମଚାରୀ, ରେଳବାଇ ଏ ପ୍ରତିରକ୍ଷା କ୍ଷେତ୍ରରେ କାମକରୁଥିବା କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି କ୍ଷେତ୍ରରେ ଲାଗୁହେବ। ଏହାସହିତ ଅନେକ କର୍ମଚାରୀ ଏହା ମାଧ୍ୟମରେ ଲାଭାବାନ୍‌ ବି ହୋଇପାରିବେ।

Comment