ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାକିରି କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଇପିଏଫ୍‌(ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ)ର ସୁଧହାର ୮.୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ସୁଧହାର ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଲାଗୁ ହେବ।

ଇପିଏଫ୍‌ ସୁଧ ହାର ବଢ଼ାଇବା ପାଇଁ ବହୁଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲା। ତେବେ ସରକାର ଆଜି ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏଣିକି ଇପିଏଫ୍‌ର ସୁଧହାର ୮.୬୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାଦ୍ୱାରା ପ୍ରାୟ ୬ ଲକ୍ଷ ଇପିଏଫ୍‌ ଖାତା ଧାରକ ଏହାର ଲାଭ ପାଇପାରିବେ। ଏହା ପୂର୍ବରୁ ୨୦୧୭-୧୮ରେ ଇପିଏଫ୍‌ ସୁଧ ଦର ୮.୫୫ ପ୍ରତିଶତ ଥିଲା।

Comment