ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଇପିଏଫଧାରୀମାନଙ୍କୁ ଦୁଇଟି କିସ୍ତିରେ ମିଳିବ ସୁଧ ଟଙ୍କା।

  • ଦୁଇଟି କିସ୍ତିରେ ଇପିଏଫଧାରୀଙ୍କୁ ମିଳିବ ସୁଧ
  • ପ୍ରଥମେ ୮.୧୫ ପ୍ରତିଶତ ସୁଧ ଖାତାରେ ଜମାହେବ
  • ଡିସେମ୍ବର ଶେଷକୁ ବାକି ୦.୩୫ ପ୍ରତିଶତ ଅର୍ଥ ଜମା ହେବ

କରୋନା ମହାମାରୀ କାରଣରୁ ଚଳିତବର୍ଷ ଇପିଏଫଧାରୀମାନଙ୍କୁ ଦୁଇଟି କିସ୍ତିରେ ମିଳିବ ସୁଧ ଟଙ୍କା। ପ୍ରଥମେ ୮.୧୫ ପ୍ରତିଶତ ସୁଧ ଓ ଚଳିତ ବର୍ଷ ଶେଷକୁ ବାକି ୦.୩୫ ପ୍ରତିଶତ ସୁଧଟଙ୍କା ସେମାନଙ୍କର ଖାତାରେ ଜମା କରାଯିବ। ଏନେଇ ଶ୍ରମମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ନେତୃତ୍ୱରେ ବସିଥିବା କର୍ମଚାରୀ ଭବିଷ୍ୟତନିଧି ପାଣ୍ଠି ସଙ୍ଗଠନ (ଇପିଏଫଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି।ଗତ ମାର୍ଚ୍ଚ ମାସରେ ବସିଥିବା ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇପିଏଫଧାରୀମାନଙ୍କୁ ୮.୫ ପ୍ରତିଶତ ସୁଧହାର ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ କରୋନା କାରଣରୁ ଏଥିରେ ଏବେ ବାଧା ଉପୁଜିଛି। ତେଣୁ ଏବେ ପ୍ରଥମେ ୮.୧୫ ପ୍ରତିଶତ ଓ ଡିସେମ୍ବର ମାସକୁ ବାକି ୦.୩୫ ପ୍ରତିଶତ ସୁଧ ଟଙ୍କା ଦିଆଯିବ। ଏହାଦ୍ୱାରା ପ୍ରାୟ ୬ କୋଟି ଇପିଏଫଧାରୀ ପ୍ରଭାବିତ ହେବେ ବୋଲି ଟ୍ରଷ୍ଟି ବୋର୍ଡ ସୂଚନା ଦେଇଛି।BGUକର୍ମଚାରୀ ଭବିଷ୍ୟତନିଧି ପାଣ୍ଠି ସଙ୍ଗଠନ (ଇପିଏଫଓ) ତରଫରୁ ୨୦୧୩-୧୪ ଓ ୨୦୧୪-୧୫ ଆର୍ଥିକ ବର୍ଷରେ ସଦସ୍ୟମାନଙ୍କୁ ୫.୭୫ ସୁଧହାର ଦିଆଯାଉଥିଲା। ହେଲେ ୨୦୧୫-୧୬ ଆର୍ଥିକ ବର୍ଷରେ ଏହାକୁ ୮.୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହାପରେ ୨୦୧୬-୧୭ରେ ଏହା ୮.୬୫ ପ୍ରତିଶତ, ୨୦୧୭-୧୮ରେ ୮.୫୫ ପ୍ରତିଶତ ଓ ୨୦୧୮-୧୯ରେ ଏହା ୮.୬୫ ପ୍ରତିଶତ ରହିଥିଲା।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ସୁଧହାରକୁ ୮.୫ ପ୍ରତିଶତକୁ ହ୍ରାସ କରାଯାଇଥିଲା। ଏବେ ଏହି ଟଙ୍କା ଦୁଇଟି କିସ୍ତିରେ ଲୋକଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Comment