ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍‌, ଜୁଲାଇ, ଅଗଷ୍ଟ ମାସର ଇପିଏଫ୍‌ ଜମା କରିବେ କେନ୍ଦ୍ର ସରକାର।

ଆତ୍ମ ନିର୍ଭର ଭାରତ ଅଭିଯାନରେ କେନ୍ଦ୍ର ସରକାର ଇପିଏଫ୍‌ ଉପରେ ବଡ଼ ଘୋଷଣା କରିଛନ୍ତି। ଯେଉଁ କର୍ମଚାରୀମାନେ ୧୫ ହଜାର ଟଙ୍କାରୁ କମ୍‌ ଦରମା ପାଉଛନ୍ତି ସେମାନଙ୍କ ଇପିଏଫ୍‌ କେନ୍ଦ୍ର ସରକାର ଭରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ଆସନ୍ତା ତିନି ମାସ ପାଇଁ କେନ୍ଦ୍ର ସରକାର ଇପିଏଫ୍‌ ଭରିବେ। ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସର ଇପିଏଫ୍‌ ଭରିବେ। ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ ମାସର ଇପିଏପ୍‌ ଭରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ଆଉ ୩ ମାସ ଘୋଷଣା କରିଛନ୍ତି ସରକାର। କର୍ମଚାରୀଙ୍କ ୧୨ ପ୍ରତିଶତ ଏବଂ ନିଯୁକ୍ତି ଦାତାଙ୍କ ୧୨ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଜମା କରିବେ।

ଏଥିରେ ୭୨ ଲକ୍ଷ ୨୨ ହଜାର କର୍ମଚାରୀ ଉପକୃତ ହେବେ ବୋଲି ନିର୍ମଳା ସରତାରମଣ ସୂଚନା ଦେଇଛନ୍ତି।

କରୋନା ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ସେକ୍ଟର ବନ୍ଦ ରହିଛି। କର୍ମଚାରୀମାନଙ୍କୁ ଠିକ୍‌ରେ ଦରମା ମିଳୁନି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Comment