ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର କ୍ୟାବିନେଟ୍‌ରେ ମୋଦୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପାକ୍‌ ଅଧିକୃତ କଶ୍ମୀରରୁ ବିସ୍ଥାପିତ ହୋଇ ଭାରତ ଆସିଥିବା ୫ ହଜାର ୩୦୦ ପରିବାରଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ବିସ୍ଥାପିତ ପରିବାରଙ୍କୁ ସାଢ଼େ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ଏହି ପରିବାରଙ୍କ ନାଁ ପୂର୍ବରୁ ବିସ୍ଥାପିତଙ୍କ ତାଲିକାରେ ନଥିଲା। କିନ୍ତୁ ସରକାର ଏବେ ଏହି ପରିବାରଙ୍କୁ ବିସ୍ଥାପିତ ତାଲିକାରେ ଯୋଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୫ ହଜାର ୩୦୦ ପରିବାର ବିଭିନ୍ନ ସମୟରେ ପିଓକେ ଛାଡ଼ି ଭାରତକୁ ଆସିଛନ୍ତି। ସେମାନେ ବିଭିନ୍ନ ସମୟରେ ବିସ୍ଥାପିତ ହୋଇ ଭାରତର ବିଭିନ୍ନ ରାଜ୍ୟରେ ବସବାସ କରୁଛନ୍ତି।

ଏହି ବିସ୍ଥାପିତ ପରିବାରଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ ଘୋଷଣା କରିଥିଲେ। ହେଲେ ସେତେବେଳେ ଏହି ପରିବାରଙ୍କୁ ସହାୟତା ରାଶି ମିଳିପାରି ନଥିଲା। କିନ୍ତୁ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି ଘୋଷଣା ଉପରେ ମୋହର ବାଜିଛି।

Comment